କନକବ୍ୟୁରୋ : ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିମାନଉଡାଣରେ ବାଧା ପାଇଁ ନଦିଆ ଯାଇପାରିନଥିଲେ ଓ କୋଲକାତାରୁ ଜନସଭାକୁ ସମ୍ବୋଧିତ କରିଥିଲେ । ଗତ ୫ ମାସ ମଧ୍ୟରେ ତାଙ୍କର ତୃତୀୟ ଗସ୍ତ । କୁହାଯାଉଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ଶଙ୍ଖନାଦ ।
ଅଧିକ ପଢନ୍ତୁ...ସ୍କୁଲ ଘର କରିଛନ୍ତି ବୋଲି ବାହାବା ନେବା ପାଇଁ କାନ୍ଥରେ ଲଗାଇଥିଲେ ଫଳକ : ଦୁଇ ଦିନରେ ଗଲା ୨ ଛାତ୍ରଙ୍କ ଜୀବନ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶଂଖନାଦ ବୋଲି କୁହାଯାଉଛି । ସେପଟେ ଆସାମରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ପୂର୍ବ ସରକାର କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ସେପଟେ ରାହୁଲ ଗାନ୍ଧୀଙ୍କ ବିଦେଶଗସ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛନ୍ତି କି ବିଦେଶ ଯାଇ ରାହୁଲ ଏମିତି କିଛି ଲୋକଙ୍କ ଭେଟୁଛନ୍ତି ଯେଉଁମାନେ ଭାରତ ବିରୋଧରେ ବିଷ ଉଗାରିଥାନ୍ତି ।ସଂସଦର ଶୀତଅଧିବେଶନକୁ ଅଧାରୁ ଛାଡି ରାହୁଲ ବର୍ତ୍ତମାନ ଜର୍ମାନୀରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/32-2025-12-20-21-14-32.jpg)