କନକ ବ୍ୟୁରୋ:  ଆଜିଠୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରୁ ଆରମ୍ଭ ହେବ ତୀର୍ଥ ଯାତ୍ରା । ଏହି ଯାତ୍ରାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୭୦ ହଜାର ବୟସ୍କ ଲୋକ ସାମିଲ ହୋଇ ଜଗନ୍ନାଥ ଦର୍ଶନ କରି ଫେରିବେ । ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଛି ।

Advertisment

ଅଧିକ ପଢନ୍ତୁ: ଆଧୁନିକ ଯୁଗର ଶ୍ରବଣ କୁମାର :  ପୁରୁଣା ସ୍କୁଟରରେ ମା'ଙ୍କୁ ବସାଇ ବିଶ୍ୱର ତୀର୍ଥ ଯାତ୍ରା କରାଉଛନ୍ତି ଦକ୍ଷିଣମୂର୍ତ୍ତୀ

 ଯାହାର ପୋରହିତ୍ୟ କରୁଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲାର ବିଜେପି ବିଧାୟକ ଓ ସ୍ଥାନୀୟ ଲୋକ ଭାଗନେଇ ଆଶୀର୍ବାଦ ଲାଭ କରିବେ । ଗତବର୍ଷରୁ ଏହି ତୀର୍ଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୩୮ ହଜାର ବୟସ୍କ ଲୋକ ସାମିଲ ହୋଇଥିଲେ । ମୋଟାମୋଟି ଭାବରେ ଏକ ଭକ୍ତିମୟ ପରିବେଶ ରେ ଏହି ତୀର୍ଥ ଯାତ୍ରା ଅନୁଷ୍ଠିତ ହେଉଛି ।