ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୧୦ରୁ ଅଧିକ ଗୁରୁତର

Advertisment

ବାହାନଗା ଛକ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ଥ । ପୋଲକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା ବସ । କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା ।

ବାହାନଗା ଛକ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ଥ । ପୋଲକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା ବସ । କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା ।

7

Photograph: (kanak news)

କନକ ବ୍ୟୁରୋ :ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା  ଗ୍ରସ୍ଥ ହୋଇଛି । ସୋରରେ ତୀର୍ଥଯାତ୍ରୀ ବସଟି ଦୁର୍ଘଟଣା ହେଇଥିଲା ପୋଲକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା ବସଟି କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା । ଭେଙ୍କେଟଲକ୍ଷ୍ମୀ ବସ୍ ଭାରସମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯିବାରୁ, ପୋଲକୁ ବାଡ଼େଇ ହୋଇ ତଳକୁ ଖସିପଡ଼ିଲେ ଡ୍ରାଇଭର ।


ସୂଚନା ମୁତାବକ ଆଜି ସକାଳ ୫.୧୫ ମିନିଟ ସମୟରେ କଲିକତା ରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ(ଏପି-୨୫ଡବ୍ଲୁ-୯୯୨୯) ଏକ ତୀର୍ଥଯାତ୍ରୀ ବସ ଭାରସମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା।ଫଳରେ ବସ ରେ ଥିବା ଡ୍ରାଇଭର ପୋଲକୁ ବାଡେଇହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ:ପୁସ୍ତକ ଲେଖିବା ପୂର୍ବରୁ ସେନା ଅଧିକାରୀଙ୍କୁ ଅନୁମତି ବାଧ୍ୟତାମୂଳକ ! କେନ୍ଦ୍ର ଆଣିବ ନୂଆ ନିୟମ


ତେବେ ବସରେ ୪୦ଯାତ୍ରୀ ନେଇ ଯାଉଥିବାବେଳେ  ୧୦ରୁ ଅଧିକ ଗୁରୁତର ଥିବା ଜଣା ପଡ଼ିଛି। ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୋଲିସ ମିଳିତ ଭାବେ ଆହତ ଯାତ୍ରୀ ମାନଙ୍କୁ ଉଧାର କରି ତଦନ୍ତ ଚଳାଇଛନ୍ତି ।ଦୁର୍ଘଟଣା ର କାରଣ ଜଣା ପଡିନଥିବା ବେଳେ ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରିନି  ।ଏମାନେ ସମସ୍ତେ ଜେନାଲୁରମ ଜିଲ୍ଲା ରୁ ଆସଥିବା ଜଣା ପଡ଼ିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe