କନକ ବ୍ୟୁରୋ : ପୁସ୍ତକ ଲେଖିବା ପୂର୍ବରୁ ଅନୁମତି ନେବେ ସେନା ଅଧିକାରୀ । ସରକାର ଆଣିବେ ନୂତନ ନିୟମ । ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଵାଣେଙ୍କ ଅପ୍ରକାଶିତ ପୁସ୍ତକ "ଫୋର୍ ଷ୍ଟାର୍ ଅଫ୍ ଡେଷ୍ଟିନି"କୁ ନେଇ ବିବାଦ ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରଣାଳୟ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛି । ସେବାରତ କିମ୍ବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପାଇଁ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି । ପ୍ରସ୍ତାବିତ ନିୟମାବଳୀ ଅନୁଯାୟୀ, ବର୍ତ୍ତମାନ ସେବାରତ କିମ୍ଵା ଅବସରପ୍ରାପ୍ତ ସୈନିକ ଓ ଅଧିକାରୀମାନଙ୍କୁ ପୁସ୍ତକ ଲେଖିବା ପୂର୍ବରୁ ମନ୍ତ୍ରଣାଳୟରୁ ଅନୁମତି ନେବାକୁ ପଡିବ ।
ଏହାର ଅର୍ଥ ହେଉଛି ମନ୍ତ୍ରଣାଳୟରୁ ଅନୁମତି ପାଇବା ପରେ ହିଁ ଲେଖିପାରିବେ । ତେବେ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ । ପୂର୍ବତନ ସେନାମୁଖ୍ୟଙ୍କ ପୁସ୍ତକକୁ ଆଧାର କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ତେବେ ନରବାଣେଙ୍କ ପୁସ୍ତକ ଏଯାଏଁ ପ୍ରକାଶିତ ହୋଇନଥିବା ବେଳେ ରାହୁଲ କେଉଁଠୁ ପାଇଲେ, ସେ ବହିରେ ଥିବା ଲେଖାକୁ ନେଇ ଦାବି କରିବା କେତେ ସତ, ଏପ୍ରସଙ୍ଗରେ ବିବାଦ ଜାରି ରହିଛି ।
ଅଧିକ ପଢନ୍ତୁ : ଆସୁଛି ପ୍ରତିରକ୍ଷା ମନ୍ତ୍ରାଳୟର ନୂଆ ନିୟମ; ପୁସ୍ତକ ଲେଖିବା ପାଇଁ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ସେନା ଅଧିକାରୀ ନେବେ ଅନୁମତି
ନୂତନ ନିୟମରେ କଣ ରହିବ?
ନିର୍ଦ୍ଦେଶାବଳୀ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀ ଉଭୟଙ୍କ ପାଇଁ ପ୍ରଯୁଜ୍ୟ
ପୁସ୍ତକ ପ୍ରକାଶ ପୂର୍ବରୁ ପାଣ୍ଡୁଲିପିର ଅନୁମୋଦନ ପାଇଁ ସ୍ପଷ୍ଟ ପ୍ରକ୍ରିୟା ସ୍ଥିର ହେବ
ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ସେନା ମୁଖ୍ୟାଳୟରୁ ଅନୁମତି ନେବା ଜରୁରୀ
ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ସୂଚନା ସମ୍ବଳିତ ପୁସ୍ତକକୁ ‘ଏମ୍ଓଡି’ ନିକଟରେ ଦାଖଲ ବାଧ୍ୟତାମୂଳକ
କାଳ୍ପନିକ କୃତିରେ ବି ପ୍ରକୃତ ସମ୍ବେଦନଶୀଳ ସୂଚନାର ବ୍ୟବହାର ନିଷେଧ ରହିବ
ଜାତୀୟ ସୁରକ୍ଷା ଏବଂ ଦେଶର ଗୁପ୍ତ ସୂଚନାକୁ ସୁରକ୍ଷା ଦେବା ପାଇଁ ଆସୁଛି ନୂଆ ନିୟମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/book-2026-02-13-07-20-20.jpeg)