ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ : ଦିଲ୍ଲୀ ପରେ ଓଡ଼ିଶାରେ ନିୟମ ଲାଗୁ

Advertisment

ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଓ ଡିଜେଲ୍। ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଓ ଡିଜେଲ୍। ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

38

Photograph: (kanaknews)

କନକବ୍ୟୁରୋ :  ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଓ ଡିଜେଲ୍। ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତୈଳ ବିକ୍ରୟକାରୀ କମ୍ପାନୀ ଗୁଡିକୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ । ପେଟ୍ରୋଲ ପମ୍ପରେ ପ୍ରଦୂଷଣ ସାର୍ଟିଫିକେଟ୍ ଦେଖାଇଲେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ।

ଅଧିକ ପଢନ୍ତୁ... ମୃତ୍ୟୁ ସହ ସଂଘର୍ଷ କରୁଥିବା ସରପଞ୍ଚ : ଜନତାଙ୍କ ଗୁହାରି ଆମ ସରପଞ୍ଚଙ୍କୁ ବଞ୍ଚାଇ ଦିଅ

ଦିଲ୍ଲୀ ପରେ ଓଡ଼ିଶାରେ ଏହି ନିୟମ ଲାଗୁ ହେବ । ଏହା ଦ୍ବାରା ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ ।  ଯେଉଁ ମୋଟର ଯାନ ର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ଦିଆଯିବ ନାହିଁ ବୋଲି ଏସଟିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ।  ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । 

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ମନା
ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍
ଦିଲ୍ଲୀ ପରେ ଓଡ଼ିଶାରେ ନିୟମ ଲାଗୁ
ରାଜ୍ୟରେ ପ୍ରଦୂଷଣ ବଢୁଥିବାରୁ ନିୟମ ଲାଗୁ
ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ ଲାଗିବ ଅଙ୍କୁଶ
ତୈଳ ବିକ୍ରୟକାରୀ କମ୍ପାନୀ ଗୁଡିକୁ ଚିଠି ଲେଖିଲା STA
ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe