କନକବ୍ୟୁରୋ : ହାତରେ କ୍ଷମତା ଅଛି ବୋଲି ନିଜ ଦରମାକୁ ତିନି ଗୁଣ ବଢ଼ାଇଦେଲେ ବିଧାୟକ । ଏକଥା ରାଜ୍ୟବାସୀଙ୍କୁ ହଜମ ହେଲାନି । ଆଉ ତୀବ୍ର ପ୍ରତିକ୍ରିୟା ପରେ ଏବେ ଦରମା ପରିବର୍ତ୍ତନ ନେଇ ଆରମ୍ଭ ହୋଇଛି ଉଦ୍ୟମ । କିଏ ଲୋକଙ୍କର କିଭଳି ସେବା କରୁଛନ୍ତି, ତାହା ବିତର୍କର ବିଷୟ । ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି, ଅଥଚ ଛାଡ଼ିପାରୁନାହାନ୍ତି ଲୋକଙ୍କ ସେବା । ସେ ବି ଜଣେ ଲୋକ ପ୍ରତିନିଧି । ବିଧାୟକ ନୁହଁନ୍ତି, ଜଣେ ସରପଞ୍ଚ । ହାତରୁ ସରି ସରି ଯାଉଛି ସମୟ । ହେଲେ ଛାଡ଼ି ପାରୁନାହାନ୍ତି ଜନତାଙ୍କ ସେବା । ଇଏ ଏମିତି ଜଣେ ସରପଞ୍ଚ ବାବୁ, ଯାହାଙ୍କୁ ଜନତା କରୁଛନ୍ତି ଶତ ଶତ ସଲାମ୍ ।
ଅଧିକ ପଢନ୍ତୁ... ସ୍କୁଲ ଘର କରିଛନ୍ତି ବୋଲି ବାହାବା ନେବା ପାଇଁ କାନ୍ଥରେ ଲଗାଇଥିଲେ ଫଳକ : ଦୁଇ ଦିନରେ ଗଲା ୨ ଛାତ୍ରଙ୍କ ଜୀବନ
ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ରଣ୍ଡିବା ପଞ୍ଚାୟତର ସରପଞ୍ଚ ବାଳକୃଷ୍ଣ ବେହେର ଦଳାଇ । ତାଙ୍କ ଶୁଖିଲା ମୁହଁରୁ ବାରି ହୋଇ ପଡ଼ୁଛି ଛାତି ତଳର ବେଦନା । ୨ ବର୍ଷ ହେଲା କାମ କରୁନି ୨ଟି ଯାକ କିଡ୍ନି । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, ହେଲେ ହାର୍ ମାନି ନାହାନ୍ତି। ନିଇତି ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନିଜ କାମ କରୁଛନ୍ତି... ବୁଝୁଛନ୍ତି ଲୋକଙ୍କ ସୁଖଦୁଃଖ।... ଲୋକଙ୍କ ଲୁହ ପୋଛୁ ପୋଛୁ, ବେଳେ ବେଳେ ଛଳ ଛଳ ହୋଇଯାଏ ସରପଞ୍ଚ ବାବୁଙ୍କ ଆଖି। ସମସ୍ତଙ୍କ ସମସ୍ୟା ସମାଧାନ କରୁଛନ୍ତି, ଅଥଚ ୨ ବର୍ଷ ହେଲା ସେ ପାଉନାହାନ୍ତି ନିଜ ସମସ୍ୟା ପାଇଁ ସମାଧାନର ବାଟ ।
କିଡ୍ନି ପ୍ରତିରୋପଣ ପାଇଁ କେହି ଦାତା ମିଳୁନାହାନ୍ତି । ପ୍ରତି ୨ ଦିନରେ ଡାଇଲିସିସ୍ ପାଇଁ ଧାଉଁଛନ୍ତି ବ୍ରହ୍ମପୁର । ୨ ବର୍ଷ ଭିତରେ ୭୦ ୟୁନିଟ୍ ରକ୍ତ ନେଇ ସାରିଲେଣି । ଜମିବାଡ଼ି, ପତ୍ନୀଙ୍କ ଗହଣା ବିକି ଖର୍ଚ୍ଚ କରିସାରିଲେଣି ୧୩ ଲକ୍ଷ ଟଙ୍କା । ରାଜ୍ୟର ବିଭିନ୍ନ ଅଞ୍ଚଳର ସରପଞ୍ଚମାନେ କିଛି କିଛି ଆର୍ଥିକ ସହାୟତା କରିଥିଲେ ବି, ତାହା ସମୁଦ୍ରକୁ ଶଙ୍ଖେ । ଏବେ ସରକାରଙ୍କୁ ଗୁହାରି କରିଛନ୍ତି ପଞ୍ଚାୟତବାସୀ ।... ସତରେ.. ସ୍ୱାର୍ଥ ସର୍ବସ୍ୱ ନେତାଙ୍କ ଭିଡ଼ରେ, ସରପଞ୍ଚ ବାଳକୃଷ୍ଣ ଲେଖୁଛନ୍ତି ନେତା ବନିବାର ନିଆରା ସଂଜ୍ଞା ।...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/7pm11-2025-12-20-21-23-29.jpg)