ପ୍ରଦୂଷଣ ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ: ନିୟମ କଲେ ସରକାର, କେମିତି ହେବ କାର୍ଯ୍ୟକାରୀ?

Advertisment

କଟକଣାର ୨୪ଘଣ୍ଟା ଭିତରେ ଫୁ କରି ଉଡାଇ ଦେଲେ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀ --- ଉଠିଲା ପ୍ରଶ୍ନ, ବ୍ୟବସ୍ଥା ନାହିଁ, କେମିତି ହେବ କାର୍ଯ୍ୟକାରୀ -

କଟକଣାର ୨୪ଘଣ୍ଟା ଭିତରେ ଫୁ କରି ଉଡାଇ ଦେଲେ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀ --- ଉଠିଲା ପ୍ରଶ୍ନ, ବ୍ୟବସ୍ଥା ନାହିଁ, କେମିତି ହେବ କାର୍ଯ୍ୟକାରୀ -

Air pollution

Air pollution Photograph: (KanakNews)

କନକ ବ୍ୟୁରୋ:  ଦିଲ୍ଲୀ ସ୍ଥିତିକୁ ଦେଖିବା ପରେ ଓଡ଼ିଶାରେ ପ୍ରଦୂଷଣକୁ ରୋକିବାକୁ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରଦୂଷଣ ବିହୀନ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ । ହେଲେ ପ୍ରଥମ ଦିନରୁ ହିଁ ପେଟ୍ରୋଲ ପମ୍ପ ଗୁଡିକରେ ଏହାର ବିଚ୍ୟୁତି ଦେଖିବାକୁ ମିଳିଛି । ବିନା ପଲ୍ୟୁସନ ସାର୍ଟିଫିକେଟରେ ଟାଙ୍କି ଭର୍ତ୍ତି କରୁଛନ୍ତି ଗାଡି ଚାଳକ । ଘୋଷଣାର ୨୪ ଘଣ୍ଟା ମଧ୍ୟରେ ସରକାରଙ୍କ ନିୟମ ଫୁ କରି ଉଡାଇ ଦେଇଛନ୍ତି ଉଭୟ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀ । ଏପରିକି ନୂଆ ନିୟମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗାଡି ଚାଳକ ।

 ଅଧିକ ପଢନ୍ତୁ : ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଆଜି ଲୋକସଭାରେ ଆଲୋଚନା


 ନୋ ହେଲମେଟ, ନୋ ପେଟ୍ରୋଲ। ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । ଏଭଳି ଅନେକ ନିୟମ ପୂର୍ବରୁ ଆଣିଥିଲେ ସରକାର। ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। ହେଲେ ଏସବୁ ନିୟମ ଆଣିବାର ମାସେ ମଧ୍ୟରେ ଯେପରି ଭୁଲିଗଲେ ସରକାର । ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏସବୁ ଭିତରେ ପଲ୍ୟୁସନ ସାର୍ଟିଫିକେଟ ବିନା ପେଟ୍ରୋଲ ମନା ନିୟମ ମଧ୍ୟ ସମଦଶା ଭୋଗିବାକୁ ଯାଉଛି। କାରଣ ନିୟମର କାର୍ଯ୍ୟକାରିତା ପାଇଁ ପେଟ୍ରୋଲ ପମ୍ପରେ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି। ପ୍ରଶ୍ନ ଉଠୁଛି, ବ୍ୟବସ୍ଥା ନଥାଇ କେମିତି ହେବ ପଲ୍ୟୁସନ ସାର୍ଟିଫିକେଟ୍ ଯାଞ୍ଚ? ନିୟମ ଘୋଷଣା ପୂର୍ବରୁ ପେଟ୍ରୋଲ ପମ୍ପ ମାଲିକଙ୍କ ସହ ଆଲୋଚନ କରିଥିଲେ କି ସରକାର?  କେବଳ ପେଟ୍ରୋଲ ପମ୍ପରେ ନୁହେଁ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ଯୋଡାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe