କନକବ୍ୟୁରୋ : ପୁଣିଥରେ ସମାଲୋଚନା ଘେରରେ ବିହାର ମୁଖ୍ୟମନ୍ତ୍ରୀ ।ଏଥରକ ବିବାଦ ଅଧିକ ଘନେଇଛି କାରଣ ଘଟଣା ଜଣେ ମୁସଲିମ ଛାତ୍ରୀଙ୍କ ସହ ସମ୍ବନ୍ଧିତ ।କାର୍ଯ୍ୟକ୍ରମରେ ଜୋରଜବରଦସ୍ତ ଛାତ୍ରୀଙ୍କ ହିଜାବ ଖୋଲିବା ଘଟଣାକୁ ନେଇ ବିବାଦରେ ନୀତୀଶ କୁମାର  , କେବେ ଅଧିକାରୀଙ୍କ ମୁଣ୍ଡରେ ଫୁଲ କୁଣ୍ଡ ଥୋଇଥିଲେ । କେବେ ଜାତୀୟ ସଂଗୀତ ଗାନ ସମୟରେ ବଡ ପାଟିରେ ହସିଥିଲେ ଓ  ଗପିଥିଲେ । ଆଉ କେବେ ବିଧାନସଭାରେ ଅଜବଗଜବ ମୁଖ ଭଙ୍ଗୀ କରିଥିଲେ ।

Advertisment

ଅଧିକ ପଢନ୍ତୁ.... ନିର୍ବାଚନ କମିସନଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଚିଠା ଭୋଟର ତାଲିକା ଜାରି

ସାର୍ବଜନୀନ ସ୍ଥାନରେ ନୀତୀଶ କୁମାରଙ୍କ ଏଭଳି ଆଚରଣ ବେଶ ଚର୍ଚ୍ଚା ସାଉଁଟିଥିଲା । ଏଥରକ ହିଜାବ ଘଟଣା ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ବିବାଦରେ ପକାଇଛି । ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରୀଙ୍କ ହିଜାବକୁ ମୁଖ୍ୟମନ୍ତ୍ରୀ ଜୋରଜବରଦସ୍ତ ଖୋଲିବା ଘଟଣା, ବର୍ତ୍ତମାନ ନୂଆ ବିବାଦ ଛିଡା କରିଛି । ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିସ୍ତେଜ ହୋଇପଡିଥିବା ବିରୋଧୀଙ୍କୁ ଖୋରାକ ଯୋଗାଇଛି ହିଜାବ ବିବାଦ ।  ସେପଟେ ଘଟଣାକୁ ନେଇ ବିବାଦ ଥମିବା ନା ନେଉଥିବାବେଳେ ସଫେଇ ରଖିଛି ଜେଡିୟୁ । ନୀତୀଶ ପିଲାମାନଙ୍କୁ ଭଲ ପାଆନ୍ତି ଓ ଏହାର ଏକ ନିଦର୍ଶନ ବୋଲି କହି ଦଳ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛି ।  କେବଳ ରାଜନେତା, ମୁସଲିମ ଧର୍ମଗୁରୁ ନୁହେଁ ଅଭିନେତ୍ରୀ ଜାଏରା ୱାସିମ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।