କନକ ବ୍ୟୁରୋ : ବସ୍ତି ବାସିନ୍ଦାଙ୍କୁ ମିଳିପାରୁନି ଘର । ଭଙ୍ଗା କୁଡ଼ିଆରେ ରହୁଛନ୍ତି । ଆବାସ ଯୋଜନାରେ ଆବେଦନ କରି କରି ଥକିଲେଣି । କେବେ ସୁଧୁରିବ ଭାଗ୍ୟ ତାକୁ ଚାହିଁ ବସିଛନ୍ତି ।
କଟକ ମହାନଗର ନିଗମ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବଣ ବିଦ୍ୟାଧରପୁର ବସ୍ତି । ଜଣେ କି ଦୁଇ ଜଣ ନୁହଁନ୍ତି, ପ୍ରାୟ ୧୩୦ରୁ ଅଧିକ ପରିବାର ଏମିତି ଭଙ୍ଗା କୁଡ଼ିଆରେ ରହୁଛନ୍ତି । ସେମାନଙ୍କ ପାଖରେ ଏଯାଏଁ ପହଞ୍ଚି ପାରିନି ଆବାସ ଯୋଜନା । ବାରମ୍ବାର ଆବେଦନ କରି ମଧ୍ୟ କୌଣସି ସୁଫଳ ମିଳୁନଥିବା ବସ୍ତିବାସିନ୍ଦା କହିଛନ୍ତି ।
ବସ୍ତିରେ ସମସ୍ତଙ୍କ ଘରକୁ ପାଣି ପାଇପ୍ ସଂଯୋଗ ହୋଇଛି । ମାତ୍ର ନିୟମିତ ଭାବେ ଆସୁନି ପାଣି । ଏପରିକି ସିଏମ୍ସିର ଅଳିଆ ଉଠା ଗାଡ଼ି ବି ବସ୍ତିକୁ ଆସୁନଥିବା ଅଭିଯୋଗ ହୋଇଛି । ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି । ବସ୍ତି ବାସିନ୍ଦାଙ୍କୁ କେବେ ମିଳିବ ଘର । କେବେ ଦୂର ହେବ ଦୁଃଖ ତାହା ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/27/130-families-2025-10-27-20-09-20.jpg)