ନିଦ ହଜାଇଲେ ହାତୀ ପଲ ; ନିଆଁ ଜାଳି ଚାଷୀ ଜଗିଛି ଫସଲ

ଦିନେ କି ଦୁଇ ଦିନ ନୁହେଁ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ୫ଟି ଗାଁରେ ୩୨ ଟିକିଆ ହାତୀ ପଲ ଆତଙ୍କ ଖେଳାଇ ଦେଇଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆପ୍ରାଣ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସୁଫଳ ମିଳୁନି ।

Elephant

Elephant Photograph: (kanak news)

କନକ ବ୍ୟୁରୋ : ହାତୀ ପାଇଁ ରାତି ଅନିଦ୍ରା ହେଉଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ୫ଟି ଗାଁରେ ୩୨ ଟିକିଆ ହାତୀ ପଲ ଆତଙ୍କ ଖେଳାଇ ଦେଇଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆପ୍ରାଣ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସୁଫଳ ମିଳୁନି । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ଦେଓ ବନ୍ଧ ଗାଁରେ ହାତୀ ଉପଦ୍ରବ । ୫ ଦିନ ଧରି ଗାଁରେ ୩୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ହାତୀଙ୍କ କେବଳରୁ ଫସଲ ଓ ଘରକୁ ରକ୍ଷା କରିବା ପାଇଁ ଲୋକଙ୍କ ଆଖିରୁ ନିଦ ହଜିଗଲାଣି । ସ୍ଥାନେ ସ୍ଥାନେ ନିଆଁ ଜାଳି ବସିବା ସହ ନିଆଁ ହୁଳା ଦେଖାଇ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି । 

ଆହୁରି ପଢ଼ନ୍ତୁ... ଦିବ୍ୟାଙ୍ଗଙ୍କ ଦରଦ ବୁଝିଲେ ABD; ହ୍ୱିଲ୍‌ ଚେୟାରରେ କ୍ରିକେଟ୍‌ ଖେଳି ପୁଣି ହୃଦୟ ଜିତିଲେ

କେବଳ ଦେଓବନ୍ଧ ଗାଁ ନୁହେଁ, ସଦର ରେଞ୍ଜର ୫ଟି ଗାଁରେ ଏହି ହାତୀ ପଲ ବୁଲୁଛନ୍ତି । ବନ ବିଭାଗ ଲୋକଙ୍କ ସହ ମିଶି ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି । ଏଥି ସହ ଚାଷୀକୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯାଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ । ଯାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି କ୍ଷତିଗ୍ରସ୍ତ । ତୁରନ୍ତ ହାତୀପଲଙ୍କୁ ଘଉଡ଼ାଇବା ସହ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe