କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ଦରଦୀ ବନ୍ଧୁ ସାଜିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ । ହ୍ୱିଲ୍ଚେୟାର କ୍ରିକେଟ୍ ଖେଳି ଦିବ୍ୟାଙ୍ଗ କ୍ରିକେଟରଙ୍କ ଟିମ୍ମେଟ୍ ପାଲଟିଲେ । ଏଠାରେ ବି ଦେଖାଇଲେ ୩୬୦ ଡିଗ୍ରି ବ୍ୟାଟିଂର ଜଲ୍ୱା । ସୋସିଆଲ ମିଡିଆରେ ଏହା ଭିଡିଓ ଭାଇରାଲ ହେବାପରେ ଏବେ ଏବିଡିଙ୍କୁ ବାଃ ବାଃ ମିଳିବାରେ ଲାଗିଛି । ୟୁଜର୍ସମାନେ କହୁଛନ୍ତି ଏବି ଡିଭିଲିୟର୍ସ ସବୁବେଳେ ହୃଦୟ ଜିତି ନିଅନ୍ତି । ବାସ୍ତବରେ ହ୍ୱିଲଚେୟାରରେ ବସି କ୍ରିକେଟ୍ କିଭଳି ଖେଳାଯାଏ ତାହା ଶିଖିବାକୁ ଚେଷ୍ଟା କରିଛନ୍ତି ଏବିଡି, ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି । ସବୁଠାରୁ ବଡ଼ କଥା ହେଉଛି ମୁମ୍ବାଇ ଆସି ସେ ଏଭଳି କ୍ରିକେଟ ଖେଳିଛନ୍ତି । ଏହାପରେ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ।
ସୋସିଆଲ ମିଡିଆରେ ହ୍ୱିଲ୍ଚେୟାର କ୍ରିକେଟ୍ ଖେଳୁଥିବାର ଭିଡିଓ ଅପଲୋଡ୍ କରି ଡିଭିଲିୟର୍ସ ଲେଖଛନ୍ତି ଯେ, ଏହି ସପ୍ତାହରେ ମୁଁ ଲାଇଭ ଆସିପାରିଲି ନାହଁ । କାରଣ ଏକ ସ୍ପେଶାଲ ଟ୍ରିପ୍ରେ ଭାରତ ଆସିଥିଲି । କେତେକ ପ୍ରତିଭାବାନ ଖେଳାଳିଙ୍କ ସହ ଏଭଳି କ୍ରିକେଟ ଶିଖିବାକୁ ଚେଷ୍ଟା କରିଥିଲି । ଏମିତିକା କ୍ରିକେଟ ଖେଳିବାକୁ ପୂର୍ଣ୍ଣ ଦକ୍ଷତାର ଆବଶ୍ୟକତା ଥାଏ । ମୋତେ ଖେଳିବାର ସୁଯୋଗ ଦେଇଥିବାରୁ ମୁଁ ପ୍ରୋଜେକ୍ଟ ମୁମ୍ବାଇକୁ ଧନ୍ୟବାଦ ଦେଉଛି ।
ଆହୁରି ପଢ଼ନ୍ତୁ : କେନ୍ଦୁଝର ବଡ଼ବିଲରେ ୪ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପ୍ରଶାସନ
ଏହାପୂର୍ବରୁ ଗତ ମେ' ମାସରେ ମଧ୍ୟ ଏବି ଡିଭିଲିୟର୍ସ ହ୍ୱିଲ୍ଚେୟାର କ୍ରିକେଟ ଖେଳିଥିଲେ । ଏହାପରେ ଦିବ୍ୟାଙ୍ଗ କ୍ରିକେଟରଙ୍କ ସହ ଅନେକ ବିଷୟ ଉପରେ ଆଲୋଚନା ବି କରିଥିଲେ । ସେତେବେଳେ ମୁମ୍ବାଇର ଇସଲାମ୍ ଜିମଖାନା, ମେରାଇନ୍ ଲାଇନ୍ସ କ୍ଲବ୍ରେ ଖେଳି ସାଜିଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏବିଡି ଭିଲିୟର୍ସ ମୁମ୍ବାଇ ହ୍ୱିଲ୍ଚେୟାର କ୍ରିକେଟ୍ ଦଳ ସହ ଏକ ଅଭ୍ୟାସ କରି ପ୍ରମାଣିତ କରି ଦେଇଥିଲେ ଯେ ସେ କାହିଁକି ସମସ୍ତଙ୍କ ଫେବେରେଟ୍ । କ୍ରିକେଟରେ ଡିଭିଲିୟର୍ସ ସବୁବେଳେ ଚମତ୍କାର କ୍ରୀଡ଼ା ମନୋଭାବ ପୋଷଣ କରି ଆସିଛନ୍ତି । ଡିଭିଲିୟର୍ସ ହ୍ୱିଲ୍ଚେୟାରରେ ବସି କିଛି ଚମତ୍କାର ସଟ୍ ଖେଳିଥିଲେ ଏବଂ ସିଙ୍ଗଲ ଡବଲ ପାଇଁ ହ୍ୱିଲ୍ଚେୟାର ବ୍ୟବହାର କରିଥିଲେ । ତାଙ୍କ ଉପସ୍ଥିତି ଖେଳାଳି ଏବଂ ପ୍ରଶଂସକଙ୍କ ମନୋବଳ ବୃଦ୍ଧି କରିଥିଲା । ଉପସ୍ଥିତ ଦର୍ଶକମାନେ ଏହି କ୍ରିକେଟ୍ କିମ୍ବଦନ୍ତୀଙ୍କ ହୃଦୟସ୍ପର୍ଶୀ ଖେଳ ଦେଖିବା ସହ ଏହି ମୂହୁର୍ତ୍ତର ଫଟୋ ଓ ଭିଡିଓକୁ ମୋବାଇଲରେ କ୍ୟାପଚର କରିଥିଲେ ।
ଏଥର ଫ୍ୟାନ୍ସଙ୍କ ହୃଦୟ ଜିତିବା ପରେ ପ୍ରତିକ୍ରିୟା ରଖି ଡିଭିଲିୟର୍ସ କହିଥିଲେ, ଭାରତ ଆସିବା ମୋ ପାଇଁ ସବୁବେଳେ ସ୍ପେଶାଲ ରହି ଆସିଛି । ଏଠାରେ ସବୁବେଳେ ମୋତେ ସମ୍ମାନ ଓ ଭଲ ପାଇବା ମିଳିଛି । ହ୍ୱିଲଚେୟାର କ୍ରିକେଟ ଖେଳି ମୋତେ ପ୍ରେରଣା ମିଳିଛି । ଏ ସମସ୍ତ ଖେଳାଳିଙ୍କ ଅବିଶ୍ୱସନୀୟ ଦକ୍ଷତା ରହିଛି । ଏମାନଙ୍କୁ ସ୍ପନ୍ସର୍ସିପ୍, ସହ କ୍ରିକେଟ୍ ଖେଳିବାକୁ ସମସ୍ତ ପ୍ରକାର ସଂଶାଧନ ମିଳିବ ବୋଲି ଆଶା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/10/ab-de-villiars-2025-11-10-13-11-13.jpg)