କନକ ବ୍ୟୁରୋ : ମିଳୁନି ଭତ୍ତା, ଚିନ୍ତାରେ ବୃଦ୍ଧ ବୃଦ୍ଧା । କେନ୍ଦୁଝର ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର ଅନେକ ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି । ଦୀର୍ଘ ୩ରୁ ୪ମାସ ହେଲାଣି ଭତ୍ତା ମିଳୁନି । ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ବ୍ଲକକୁ ଯାଅ, ବ୍ଲକକୁ ଆସିଲେ ବ୍ୟାଙ୍କକୁ ଯାଅ ଏଇଭଳି ଏଠାରୁ ସେଠାକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ।

Advertisment

ଅଧିକ ପଢ଼ନ୍ତୁ : ଡିଜିଟାଲ ଯୁଗରେ ବିକାଶର ବହୁ ପଛରେ ବୌଦ୍ଧ କୋଲସାହି : ସରକାରଙ୍କ ଯୋଜନା ଏଠି ସାତ ସପନ

କାହିଁକି ଭତ୍ତା ମିଳୁନି ତାର କାରଣ କେହି କହୁନାହାନ୍ତି । ଘର ଠାରୁ ୨୦ କିଲୋମିଟରରୁ ଅଧିକ ଦୂରରେ ରହିଛି ବ୍ଲକ କାର୍ଯ୍ୟାଳୟ । ଗାଡ଼ି ଭଡ଼ା କରି ଯାଇ ଖର୍ଚ୍ଚାନ୍ତି ହେଉଛନ୍ତି । ତୁରନ୍ତ ଏସବୁ ସମସ୍ୟାର ସମାଧାନ କରିବାକୁ ହିତାଧିକାରୀ ଦାବି କରିଛନ୍ତି । ଅନ୍ୟପଟେ ବ୍ୟାଙ୍କ ଅସୁବିଧା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ବିଡିଓ ।