କନକବ୍ୟୁରୋ :  ଆଜି ଆମେ କଥା ହେଉଛୁ ଡିଜିଟାଲ୍ ଇଣ୍ଡିଆର। ଡିଜିଟାଲ ଯୁଗରେ ସବୁଠି ବିକାଶର ଚିତ୍ର ଦେଖିବାକୁ ମିଳୁଛି  । କିନ୍ତୁ ଆଜି ବି ଆମ ରାଜ୍ୟରେଏମିତି ସ୍ଥାନ ଅଛି ଯେଉଁଠି ମଣିଷ ନିଜ ପରିଚୟ ଖୋଜୁଛି । ନା ଅଛି ଆଧାର କାର୍ଡ, ନା ଅଛି ଭୋଟର କାର୍ଡ ।  ଖାଇବା ଥାଳିରେ ବି ନାହିଁ ପୁଷ୍ଟିକର ଖାଦ୍ୟ । ଲୁଣ-ଲଙ୍କା ଆଉ ଜଙ୍ଗଲୀ କନ୍ଦା ହିଁ ଖାଇ ଜୀବନ କାଟୁଛନ୍ତି ଗାଁ ଲୋକ ।  

Advertisment

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ର କୋହ୍ଲ ସାହିରୁ ଆସିଛି ଏଭଳି ବିକଳ ଚିତ୍ର । ଗାଁ ଲୋକଙ୍କ ସ୍ଥିତି ଦେଖିଲେ ସ୍ପଷ୍ଟ ଜଣାପଡୁଛି, ଏଠି ବହୁ ଦୂରରେ ବିକାଶ ମୂଳକ ଯୋଜନା । ନା ଅଛି ଲୋକଙ୍କ ପାଖରେ ଆବାସ ଘର, ନାଁ ମିଳୁଛି ସରକାରଙ୍କ ଅନୁଦାନପ୍ରାପ୍ତ ଖାଦ୍ୟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତୁକୁଲୁଣ୍ଡା ମୌଜାରେ ଥିବା ଏହି 'କୋହ୍ଲ ସାହି' ଆଜି ବି ଅନ୍ଧକାରରେ ।

ଅଧିକ ପଢନ୍ତୁ... ବାଃ ପୁଅ ହେବ ତ ଏମିତି ... ଦିବ୍ୟାଙ୍ଗ ଦମ୍ପତିଙ୍କ କ୍ଲାଉଡ୍ କିଚେନ୍ , ବିଜ୍ଞାପନ ପାଇଁ ପୁଅ ସାଜିଛି ସାହାରା

 ବ୍ଲକ ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଥାଇ ବି ଏମାନେ ସଭ୍ୟ ସମାଜଠାରୁ ବହୁ ଦୂରରେ ।  ୧୦ଟି ଭୂମିହୀନ ଆଦିବାସୀ ପରିବାର, ୭ଟି ଛୋଟ କୁଡ଼ିଆ ।  ନା ଅଛି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର, ନା ଅଛି ବିଦ୍ୟୁତ୍ ସଂଯୋଗ। ଆଶ୍ଚର୍ଯ୍ୟର କଥା, ୨୦୨୬ ମସିହାରେ ବି ଏମାନଙ୍କ ପାଖରେ ନାହିଁ ଆଧାର କାର୍ଡ କି ରାସନ କାର୍ଡ । ପିଲାଙ୍କ ଭାଗ୍ୟରେ ନା ଅଛି ଅଙ୍ଗନବାଡ଼ିର ଅଣ୍ଡା, ନା ଅଛି ସ୍କୁଲର ବହିପତ୍ର। ଏମାନଙ୍କ ପାଖରେ ଭୋଟର କାର୍ଡ ନାହିଁ, ତେଣୁ ଏମାନେ ନେତାଙ୍କ ପାଇଁ 'ଭୋଟ୍ ବ୍ୟାଙ୍କ' ନୁହନ୍ତି ।
--