ହାତରେ ନୁହେଁ ପାଦରେ କଲମ : ଦିବ୍ୟାଙ୍ଗ ହେଲେ ବି ମାନିନାହାନ୍ତି ହାର୍‌

Advertisment

ଜୀବନରେ ଆଗକୁ ବଢିବା ପାଇଁ ଶାରୀରିକ ସକ୍ଷମତା ଅପେକ୍ଷା ମାନସିକ ଦୃଢତା ଅଧିକ ଜରୁରୀ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଦମ୍ୟ ସାହସୀ ଝିଅ ।

ଜୀବନରେ ଆଗକୁ ବଢିବା ପାଇଁ ଶାରୀରିକ ସକ୍ଷମତା ଅପେକ୍ଷା ମାନସିକ ଦୃଢତା ଅଧିକ ଜରୁରୀ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଦମ୍ୟ ସାହସୀ ଝିଅ ।

job

Photograph: (kanaknews)

କନକବ୍ୟୁରୋ : ଜୀବନରେ ଆଗକୁ ବଢିବା ପାଇଁ ଶାରୀରିକ ସକ୍ଷମତା ଅପେକ୍ଷା ମାନସିକ ଦୃଢତା ଅଧିକ ଜରୁରୀ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଦମ୍ୟ ସାହସୀ ଝିଅ ।  ଜନ୍ମରୁ ଦୁଇ ହାତ ଗୋଡ଼ ଅଚଳ, ସେଥିରେ ଭବିଷ୍ୟତକୁ ସଚଳ କରିବା ପାଇଁ ଜାରି ରହିଛି ସଂଗ୍ରାମ। ପାଦର ଆଙ୍ଗୁଠି ସାହାଯ୍ୟରେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମାଲକାନଗିରିର ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଡୁ । ରାତି ପାହିଲେ ଦଶମ ପରୀକ୍ଷା, ତା'ପୂର୍ବରୁ ଆସନ୍ତୁ ଲକ୍ଷ୍ମୀଙ୍କୁ ଭେଟିବା, ତମାମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଉଁଟିବା ।  ହାତ ନୁହେଁ ପାଦରେ କଲମ... ମନରେ ପ୍ରବଳ ଆତ୍ମବିଶ୍ୱାସ... ସଙ୍କୀର୍ଣ୍ଣ ହାତ ଗୋଡ଼... ମନୋବଳ କିନ୍ତୁ ସୁଦୃଢ଼... ମାଟ୍ରିକ ପରୀକ୍ଷା ଲାଗି ସମସ୍ତେ ସ୍ମାର୍ଟ କ୍ଲାସରେ ବସି ପ୍ରସ୍ତୁତି ଚଳାଇଥିବା ବେଳେ ଶ୍ରେଣୀଗୃହ ଚଟ୍ଟାଣରେ ବସି ନିଜକୁ ପ୍ରସ୍ତୁତ କରୁଛନ୍ତି ଜଣେ ନିଆରା ଛାତ୍ରୀ ।  ପାଦର ଆଙ୍ଗୁଠି ମଝିରେ କଲମ ଧରି ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ଯୋଦ୍ଧା ସାଜିଛନ୍ତି। ଏହି ବିଶେଷ ଛାତ୍ରୀ ଜଣକ ହେଉଛନ୍ତି ଲକ୍ଷ୍ମୀ ଖେମୁଡ଼ୁ ପିଲାଟି ଦିନରୁ ୮୦% ଦିବ୍ୟାଙ୍ଗ। କାନ୍ଧରେ ଗଣ୍ଠୀ ନାହିଁ କି ଆଣ୍ଠୁ ନାହିଁ । ସରୁସରୁ ହାତ ଏବଂ ଗୋଡ଼। ଚାଲିବା ତ’ ଦୂରର କଥା ଗୁରୁଣ୍ଡିବା ଭାଗ୍ୟ ବି ତାଙ୍କର ନାହିଁ ।  

ଅଧିକ ପଢନ୍ତୁ ... ଗଞ୍ଜାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗୀନ ସ୍ଥିତି : ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ଛାତ୍ରଛାତ୍ରୀ

ଶାରୀରିକ ଅକ୍ଷମତା ତାଙ୍କ ସ୍ୱପ୍ନ ଆକାଶ ଢାଙ୍କି ପାରିନି । ପାଠପଢ଼ି ଶିକ୍ଷକଟିଏ ହୋଇ ନିଜ ସହ ଅନ୍ୟମାନଙ୍କ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି ଲକ୍ଷ୍ମୀ ।  ଲକ୍ଷ୍ମୀ କେବଳ ଜଣେ ପରୀକ୍ଷାର୍ଥୀ ନୁହନ୍ତି, ବରଂ ସମଗ୍ର ଜିଲ୍ଲା ପାଇଁ ଅଦମ୍ୟ ଇଚ୍ଛା ଶକ୍ତିର ପ୍ରତୀକ ।  ଦିବ୍ୟାଙ୍ଗ ହୋଇଥିବାରୁ ଲକ୍ଷ୍ମୀଙ୍କ ପାଇଁ ବିକଳ୍ପ ଲେଖକ ବ୍ୟବସ୍ଥା ସୁଯୋଗ ଦିଆଯାଇଥିଲେ ହେଁ ସେ ତାକୁ ପ୍ରତାଖ୍ୟାନ କରିଛନ୍ତି । ଆଡମିଟ୍ କାର୍ଡ ଆଣିବାକୁ ବିଦ୍ୟାଳୟ ଆସିଥିବା ଲକ୍ଷ୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।  ଲକ୍ଷ୍ମୀଙ୍କ ବାପା ନାରାୟଣ ଖେମୁଡ଼ୁ ଓ ମାଆ ସୁଭଦ୍ରା ଖେମୁଡ଼ୁ ମୂଲ ମଜୁରି ଲାଗି ପରିବାର ଚଳାନ୍ତି । ଝିଅକୁ ଭଲ କରିବା ପାଇଁ ନିଜ ସାଧ୍ୟ ଅନୁସାରେ ଚେଷ୍ଟା କରିଛନ୍ତି । ସେଥିରେ ସିନା ସଫଳ ହୋଇପାରିଲେନି, ଝିଅକୁ ପାଠପଢ଼ାଇ ଭଲ ମଣିଷଟିଏ କରିବା ପାଇଁ ଲାଗିଛନ୍ତି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ଲକ୍ଷ୍ମୀଙ୍କୁ ୩୫ ଶହ ଟଙ୍କା ମିଳୁଛି, ଅନ୍ତୋଦୟ ଯୋଜନାରେ ଘର ଏବଂ ପଢ଼ାଖର୍ଚ୍ଚ ଯୋଗାଇ ଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe