କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଫେରିଲା ଶାନ୍ତି। ସ୍ୱାଭାବିକ ହେଲା ସୁନ୍ଦରଗଡ଼। ଭାଇଚାରାର ନିଆରା ଦୃଶ୍ୟ ଦେଖିବାକୁ ମିଳିଲା ସୁନ୍ଦରଗଡ଼ ସହରରେ। ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଛକରୁ ବାହାରିଲା ଶାନ୍ତି ଶୋଭାଯାତ୍ରା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବାହାରିଲା ଶୋଭାଯାତ୍ରା । ସମସ୍ତ ଧର୍ମର ଜନସଧାରଣ ହେଲେ ରାଲିରେ ସାମିଲ ହୋଇଛନ୍ତି। ଗତ ୧୫ ତାରିଖରେ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଗୁରୁବାର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରେ ଭୀଷଣ ପଥରମାଡ଼, ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ହୋଇଛି। ଆକ୍ରମଣରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ ଗୋଷ୍ଠୀର ୮ ଆହତ ହୋଇଥିଲେ। ଶାନ୍ତି ବଜାୟ ଲାଗି ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଧାରା ୧୬୩ ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବାକୁ ବନ୍ଦ କରାଯାଇଥିଲା।

Advertisment