ଭକ୍ତ ଦାସଙ୍କ ବିସ୍ଫୋରକ ବୟାନ: କହିଲେ, କଂଗ୍ରେସରେ ଅଛନ୍ତି ବିଭୀଷଣ

ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ ପରାଜୟର କାରଣ ।

bhakta das

bhakta das Photograph: (KanakNews )

କନକ ବ୍ୟୁରୋ: ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ ପରାଜୟର କାରଣ । ତେବେ ଆତ୍ମ ସମୀକ୍ଷା ପରେ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କାରଣକୁ ନେଇ ଦଳୀୟ ଫୋରମରେ ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଆହୁରି ପଢ଼ନ୍ତୁ : ଡାକ୍ତର ଶାହୀନଙ୍କ ଖୋଲୁଛି ଗୁମର ; ମୋବାଇଲ ସିମ୍‌ ଖୋଲିଦେଲା ସବୁ ସତ

ଜାଣିରଖିବା ଉଚିତ ଯେ, ନୂଆପଡ଼ା ଉପ-ନିର୍ବାଚନ ଫଳାଫଳରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି । ହେଲେ ତା ପରେ ବି ବିଜେପି ପ୍ରାର୍ଥୀ ଉଭୟ ବିଜେଡି ଆଉ କଂଗ୍ରେସକୁ ବହୁ ପଛରେ ପକାଇ ବିଜୟୀ ହେଇଛନ୍ତି । ଆଉ ନୂଆପଡ଼ାରେ କଂଗ୍ରେସର ଏହି ପରାଜୟ ପରେ, ଭକ୍ତଙ୍କ ଏହି ବିଭୀଷଣ ଉପାଖ୍ୟାନ ଏବେ ଚର୍ଚ୍ଚାରେ ରହିଛି । 

ଆହୁରି ପଢ଼ନ୍ତୁ : ବିହାର ସରକାର ଗଠନର ଫର୍ମୁଲା ବାହାରିଲା: ବିଜେପିର ୧୫ରୁ୧୬ ନେତା ହେବେ ମନ୍ତ୍ରୀ!

ସୂଚନାଯୋଗ୍ୟ ଯେ, ନୂଆପଡ଼ାରେ ଗତ ସାଧାରଣ ନିର୍ବାଚନ ବେଳେ ଘାସିରାମ ମାଝୀ ସ୍ୱାଧୀନ ଭାବେ ଠିଆ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର କଂଗ୍ରେସ ଟିକେଟରୁ ଠିଆ ହୋଇଥିଲେ ବି ତାଙ୍କୁ ୪୦ ହଜାର ଭୋଟ୍ ମିଳିଛି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ଭୋଟ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe