କନକ ବ୍ୟୁରୋ : ଡାକ୍ତର ଶାହୀନଙ୍କୁ ନେଇ ଖୋଲୁଛି ଗୋଟେ ପରେ ଗୋଟେ ଗୁମର । ଜୈଶ୍ ମଡ୍ୟୁଲରେ ଧରାପଡ଼ିଥିବା ଶାହୀନଙ୍କୁ ନେଇ ଯାଞ୍ଚ ଏଜେନ୍ସି ହାତରେ ଲାଗୁଛି ଗୋଟେ ପରେ ଗୋଟେ ସୁରାକ୍ । ଶାହୀନ ଯେଉଁ ମୋବାଇଲ ବ୍ୟବହାର କରୁଥିଲେ ସେ ଫେକ୍ ଠିକଣାରେ ଇସ୍ୟୁ ହୋଇଥିଲା । ଏ ଠିକଣା ଫରିଦାବାଦର ଧୌଲ ସ୍ଥିତ ଏକ ମସଜିଦର । ଏ ଖୁଲାସା ଡାକ୍ତର ଶାହୀନଙ୍କ ନେଟୱର୍କ ଉପରେ ସନ୍ଦେହକୁ ଆହୁରୀ ଗଭୀର କରିଛି ।
ସୂଚନା ମୁତାବକ, ୨୦୨୩ରେ ଡାକ୍ତର ଶାହୀନ ଫରିଦାବାଦରେ ଥିବା ଏକ ମସଜିଦର ଠିକଣାରେ ମୋବାଇଲ ଆଉ ସିମ୍ କାର୍ଡ ନେଇଥିଲେ । ଏହି ଠିକଣା ନା ତାଙ୍କର ଠିକଣା , ନା ସେ ଜାଗାକୁ ସେ କେବେ ଯାଇଛନ୍ତି । କିନ୍ତୁ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟିର ହଷ୍ଟେଲରେ ଥିବାବେଳେ ସେ ଏହି ନମ୍ବରରୁ ହିଁ ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହୁଥିଲେ । ମିଛ ଠିକଣା ଦେଇ ଶାହୀନ ନିଜର ଗତିବିଧିକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ବୋଲି ସନ୍ଦେହ କରିବା ସହ ଛାନଭିନ୍ କରୁଛି ATS । ଆଶ୍ଚର୍ଯ୍ୟର କଥା ହେଉଛି ଡାକ୍ତର ଶାହୀନଙ୍କ ବାପା ଘର ଲକ୍ଷ୍ନୌରେ ହୋଇଥିବାବେଳେ ସେ କେଉଁଠି ତାଙ୍କ ବାପାଙ୍କ ଠିକଣା ଦେଇନାହାନ୍ତି ବରଂ ତାଙ୍କ ଭାଇ ଡାକ୍ତର ପରଭେଜଙ୍କ ଠିକଣା ଦେଉଥିଲେ । ଡାକ୍ତର ପରଭେଜଙ୍କ ନାଁ ବି ସନ୍ଦିଗ୍ଧଙ୍କ ରାଡାରରେ ଅଛି ।
ଯାଞ୍ଚରୁ ଶାହୀନଙ୍କ ଟ୍ରାଭେଲ ହିଷ୍ଟ୍ରି ବି ସାମ୍ନାକୁ ଆସିଛି । ୨୦୧୩ରେ ସେ କାନପୁରରୁ ଚାକିରି ଛାଡ଼ି କିଛି ଦିନ ପାଇଁ ଥାଇଲ୍ୟାଣ୍ଡ ଚାଲିଯାଇଥିଲେ । ହେଲେ କାହିଁକି ଯାଇଥିଲେ ଏବଂ ସେଠାରେ କେଉଁମାନଙ୍କ ସହ ଭେଟିଥିଲେ ସେ ନେଇ ଖୋଳତାଡ ଆରମ୍ଭ କରିଛି ଏଟିଏସ୍ । ଏହାବ୍ୟତୀତ ଦୁଇ ମାସ ଆଗରୁ ସେ ଲକ୍ଷ୍ନୌ ଯାଇଥିଲେ। ସେଠାରୁ ସେ ଭାଇ ପରଭେଜଙ୍କ ସହ ମିଶି କାନପୁର ଯାଇଥିଲେ । ହେଲେ ଏ ମୁଭମେଣ୍ଟର ଉଦ୍ଦ୍ଦେଶ୍ୟ ଏବଂ ତାଙ୍କୁ ଭେଟିଥିବା ଲୋକଙ୍କ ବାବଦରେ ପତା ଲଗାଉଛି ଯାଞ୍ଚ ଏଜେନ୍ସି ।
ଅଧିକ ପଢନ୍ତୁ : ପୁଣି କୂଅରେ ପଡ଼ିଲା ହାତୀ; ଉଦ୍ଧାର କାର୍ଯ୍ୟ ଜାରି
ଡାକ୍ତର ଶାହୀନଙ୍କ ସ୍ବାମୀ ଡାକ୍ତର ଜଫରଙ୍କ ବୟାନ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କହିଛନ୍ତି , ଶାହୀନ ବୁର୍ଖା ପିନ୍ଧିବାକୁ ଭଲ ପାଆନ୍ତିନି । କେବଳ ଶାଶୂ ଘରକୁ ଯିବାବେଳେ ବାଧ୍ୟ ହୋଇ ପିନ୍ଧନ୍ତି । ଆଖି ଡାକ୍ତର ଥିବା ଡାକ୍ତର ଜାଫରଙ୍କ ସହ ଶାହୀନଙ୍କ ବିବାହ ୨୦୦୫ରେ ହୋଇଥିଲା । ସେ ଭାରତରେ ରହିବାକୁ ବି ଭଲପାଉନଥିଲେ । ସବୁବେଳେ ଆମେରିକା ନହେଲେ ବ୍ରିଟେନରେ ରହିବାକୁ ଇଚ୍ଛା କରୁଥିଲେ । ବିବାହ ସମୟରେ ସ୍ବାମୀ ଫତେହପୁରରେ ପୋଷ୍ଟିଂ ଥିବାବେଳେ ଶାହୀନ ପ୍ରୟାଗରାଜରେ ପୋଷ୍ଟିଂ ଥିଲେ । ପରେ ଶାହୀନ କାନପୁରର ଜିଏସବିଏମ୍ ମେଡିକାଲ କଲେଜରେ ପୋଷ୍ଟିଂ ପାଇଲେ । ସେଠାରେ ଦୁହେଁ ମେଡିକାଲ କଲେଜର କ୍ବାର୍ଟରରେ ରହୁଥିଲେ । ଦୁହିଁଙ୍କର ଦୁଇ ପିଲା ବି ଅଛନ୍ତି ।
ଶାହୀନ ସବୁବେଳେ ଚୁପଚାପ ରହୁଥିଲେ ଏବଂ ଭାରତ ବାହାରକୁ ଯିବାକୁ ସ୍ବପ୍ନ ଦେଖୁଥିଲେ । ୟୁରୋପ ଦେଶ ତାଙ୍କର ପସନ୍ଦ ଥିଲା । ସବୁକିଛି ଠିକ ଚାଲିଥିଲା । କିନ୍ତୁ ହଠାତ୍ ୨୦୧୨ରେ ଶାହୀନ କୋର୍ଟରେ ତଲାକ୍ ଆବେଦନ କଲେ । ଏହାପରେ ସେ କନ୍ନୌଜ ଚାଲିଗଲେ । ସେହିଠାରେ ତାଙ୍କର ଜୀବନରେ ବଡ଼ ପରିବର୍ତ୍ତନ ହୋଇଥିଲା । ଅଧିକାଂଶ ସମୟରେ ତାଙ୍କ ଭାଇ ପରଭଜେ ସହ ବିତାଇବା ସହ ଅନେକ ସମୟରେ ଲାପଟପରେ କିଛି ନା କିଚି ସର୍ଚ୍ଚ କରୁଥିଲେ । ବୋଧହୁଏ ଆତଙ୍କୀ ନେଟୱର୍କ ସହ ସମ୍ପର୍କରେ ଆସିସାରିଥିଲେ । ଏବେ ଦିଲ୍ଲୀ ବିସ୍ଫୋରଣ ପରେ ଡାକ୍ତର ଶାହୀନଙ୍କ ଗିରଫଦାରୀ ପରେ ବିଚଳିତ ହୋଇପଡ଼ିଥିଲେ ତାଙ୍କ ପୂର୍ବତନ ସ୍ବାମୀ ଡାକ୍ତର ଜଫର। ସମୟ ଥାଉଣୁ ଶାହୀନଙ୍କଠାରୁ ଛାଡ଼ପତ୍ର ହୋଇଯାଇଥିବାରୁ ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି ଡାକ୍ତର ଜାଫର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/16/delhi-blast-dr-shahin-2025-11-16-13-04-21.jpg)