କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦୁଝର ଜିଲ୍ଲା ପାଟଣାର ନିର୍ମଳ ମହାନ୍ତ । ପ୍ରାୟ ୫୦ ବର୍ଷ ତଳେ ତାଙ୍କ ହାତ ତିଆରି ରେଡିଓ ଟ୍ରାନ୍ସମିଟର୍ ଓ ଆକାଶବାଣୀ ଚେମଣା ଉପାଖ୍ୟାନ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝରର ରେଡିଓ ମ୍ୟାନ୍ ଭାବେ ପରିଚିତ ନିର୍ମଳ ଏବେ କଣ କରୁଛନ୍ତି, କେମିତି ଅଛନ୍ତି ଜାଣିବାକୁ ତାଙ୍କ ପାଖରେ ପହଞ୍ଚିଥିଲା କନକ ନ୍ୟୁଜ୍ । ଆଉ ଦେଖିଥିଲା, ଏବେ ବି ତାଙ୍କ ମନରେ କେମିତି ଅତୁଟ ରହିଛି କିଛି ନୂଆ କରିବାର ଝୁଙ୍କ୍ ।
ଅଧିକ ପଢ଼ନ୍ତୁ-ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନଥାଇ ଚାଲିଥିଲା ପୁରୀ ବିମାନବନ୍ଦର କାମ, ଏନଜିଟି ଆଗରେ ଭୁଲ ସ୍ୱୀକାର କଲା ଜଙ୍ଗଲ ବିଭାଗ
ଦିନେ ହ୍ୟାକ୍ ହୋଇଗଲା ଆକାଶବାଣୀ କଟକ
ରେଡିଓରୁ ଶୁଭିଲା ‘ଆକାଶବାଣୀ ଚେମଣା’
ମୁଖ୍ୟମନ୍ତ୍ରୀ ମନେ ପକାଇଲେ ତାଙ୍କରି କଥା
କେନ୍ଦୁଝରର ‘ରେଡିଓ ମ୍ୟାନ୍’ ନିର୍ମଳ ମହାନ୍ତ
ପିଲାଙ୍କୁ ପ୍ରେରଣା ଦେବାକୁ ଗତକାଲି ଯାହାଙ୍କ କଥା କହିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଚେମଣା ଗାଁର ନିର୍ମଳ ମହାନ୍ତ । ୧୯୭୪ ମସିହାରେ କଲେଜରେ ପଢ଼ିବା ବେଳେ, ରାଜ୍ୟରେ ଚହଳ ପକାଇଥିଲା ତାଙ୍କ ହାତ ତିଆରି ରେଡିଓ ଟ୍ରାନ୍ସମିଟର୍ । ଏହାକୁ ପରୀକ୍ଷା କରିବା ପାଇଁ ସେ ନିଜ ଗାଁରୁ ମାଇକ୍ରୋଫୋନରେ କହିଥିଲେ 'ଆକାଶବାଣୀ ଚେମଣା' । ଆଉ ଆଶ୍ଚର୍ଯ୍ୟଜନକ ଭାବେ ଆକାଶବାଣୀ କଟକ ବଦଳରେ, ସବୁ ରେଡିଓରେ ଶୁଭିଥିଲା ତାଙ୍କରି କଣ୍ଠସ୍ବର । ସେତେବେଳେ ଏହାକୁ ଅବୈଧ ଦର୍ଶାଇ ପୁଲିସ ତାଙ୍କୁ ଖୋଜିଥିଲା ସତ, ହେଲେ ଅଳ୍ପ ବୟସରୁ ପ୍ରମାଣିତ ହୋଇସାରିଥିଲା ତାଙ୍କ ନବସୃଜନୀ ପ୍ରତିଭା ।
ଅଧିକ ପଢ଼ନ୍ତୁ-ବରଗଡ଼, ସମ୍ବଲପୁରରେ କାଲି ଖୋଲିବ ମଣ୍ଡି, ହେଲେ ଏଯାଏଁ ମିଳିନି ଟୋକନ, କିଏ ବିକିବେ ଧାନ ?
ବୟସ ବଢ଼ିଛି, ଚୁଟି ପାଚିଛି, ଆଖିରେ ଚଷମା ଲାଗିଛି । ହେଲେ ଏବେ ବି ମନରେ ଲିଭିନି କିଛି ନୂଆ କରିବାର ନିଆଁ । ପାଠପଢ଼ା ପରେ ରେଡିଓ ମେକାନିକ୍ ସାଜିଥିବା ନିର୍ମଳ, ନିଜ ବିଦ୍ୟୁତ ଉପକରଣ ମରାମତି ଦୋକାନରେ ଏବେବି ଜାରି ରଖିଛନ୍ତି ପରୀକ୍ଷାନିରୀକ୍ଷା । ସେତେବେଳେ ସେ ଯେଉଁ ରେଡିଓ ଟ୍ରାନ୍ସମିଟର୍ ତିଆରି କରିଥିଲେ, ସେଇ ଟେକନୋଲୋଜିକୁ ସାମାନ୍ୟ ବଦଳାଇ ତିଆରି କରିଛନ୍ତି ଏକ ଆଲାର୍ମ । ଯାହାଦ୍ବାରା ଦୂରରେ ଥିବା ବଗିଚାକୁ ଗାଈଗୋରୁ କି ଚୋର ପଶିଲେ, ଘରେ ଲାଗିଥିବା ବେଲ୍ ଆପଣାଛାଏଁ ବାଜି ଉଠିବ ।ଇଚ୍ଛାଶକ୍ତି ଥିଲେ ବୟସ କି ସମ୍ୱଳ କରିପାରେନି ବାଟବଣା । ଏହାର ନିଆରା ଉଦାହରଣ 'ଆକାଶବାଣୀ ଚେମଣା' ।
Follow Us