କନକ ବ୍ୟୁରୋ: ବିହାରକୁ ନେଇ ପୁଣି ଜୋରଦାର ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଅବଶ୍ୟ ଏଥର ରାଜନୀତିକୁ ନୁହେଁ ବରଂ ବଜେଟ୍‌କୁ ନେଇ । କାରଣ ଗତକାଲି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଥିଲେ । ଏଥିରେ ବିହାରକୁ ଯେଉଁପରି ଭାବରେ ଏତେ ମାତ୍ରାରେ ଫୋକସ କରାଯାଇଛି ତାହାକୁ ନେଇ ରାଜନୀତି ହେବା ସ୍ବାଭାବିକ କଥା । ସେଇଥି ଲାଗି ତ ବିରୋଧୀ ଅଭିଯୋଗ କରିଛନ୍ତି, ବର୍ଷ ଶେଷକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 

Advertisment

ତେଣୁ ନିର୍ବାଚନ ଜିତିବା ଲାଗି ଏମିତି ବଜେଟ୍‌ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କହିଛନ୍ତି, ବିହାରର ୭.୫ କୋଟି ମତଦାତା ଓ ୩.୫ କୋଟି ଆୟକର ଦାତାଙ୍କ ପାଇଁ ବଜେଟ୍‌ ହୋଇଛି । ଖାଲି ଏତିକି ନୁହେଁ ବରଂ ଦେଶରେ ବର୍ତ୍ତମାନ ୧୩୦ କୋଟିରୁ ଅଧିକ ଜନତା ଥିବା ବେଳେ ମୋଦି ସରକାର କେବଳ ୧୧ କୋଟି ଲୋକଙ୍କୁ ଧ୍ୟାନରେ ରଖି ବଜେଟ୍‌ ପ୍ରସ୍ତୁତ କରିଛନ୍ତି । ସେପଟେ ଶାସକ ଦଳ ପକ୍ଷରୁ କୁହାଯାଇଛି । ଚିଦାମ୍ବରମ ଜଣେ ବରିଷ୍ଠ ନେତା । ସେ ଅନେକ ଥର ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭଲରେ ଜାଣିଛନ୍ତି ବିହାରର ଅବସ୍ଥା କଣ । ତେଣୁ ସେ ରାଜ୍ୟର ବିକାଶ କରିବାକୁ ହେଲେ ଅଧିକ ବଜେଟ୍‌ ଦେବାର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ଦେଇଛି । ଏଥିରେ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ।

ଦେଶର ସବୁଠୁ ଗରିବ ରାଜ୍ୟ ବିହାର

ଏକ ରିପୋର୍ଟରେ କୁହାଯାଇଛି , ବିହାର ଦେଶର ସବୁଠୁ ଗରିବ ରାଜ୍ୟ । ବିହାରର ମୁଣ୍ଡ ପିଛା ବାର୍ଷିକ ଆୟ ମାତ୍ର ୬୦ ହଜାର ଟଙ୍କା । ତେଣୁ ଆହୁରି ସରଳ ଭାଷାରେ କହିଲେ ମାସିକ ଆୟ ମାତ୍ର ୫ ହଜାର ଟଙ୍କା ଲେଖାଏଁ । ସେହିପରି ଦେଶର ମୁଣ୍ଡ ପିଛା ଆୟ ଦେଖିବାକୁ ଗଲେ ମୁଣ୍ଡ ପିଛା ରହିଛି ଲକ୍ଷେ ୭୦ ହଜାର । ଅର୍ଥାତ୍‌ ବିହାରର ମୁଣ୍ଡ ପିଛା ଆୟର ତିନିଗୁଣା ଅଧିକ । ଆଉ ଯଦି ଦେଶ ଭିତରୁ ସବୁଠୁ ଧନୀ ରାଜ୍ୟର କଥା କହିବା ତାହା ହେଲା ସିକ୍କିମ୍‌ । ଯେଉଁଠାରେ ମୁଣ୍ଡପିଛା ବାର୍ଷିକ ଆୟ ୫,୮ ଲକ୍ଷ । ଯଦି ସିକ୍କିମ ଓ ବିହାର ମଧ୍ୟରେ ତୁଳନା କରିବେ ତାହାଲେ ଏହା ସିକ୍କିମ ତୁଳନାରେ ୧୦ ଗୁଣା କମ । ଦେଶର ସବୁଠାରୁ ଧନୀ ରାଜ୍ୟ ମଧ୍ୟରେ ଗୋଆ, ଦିଲ୍ଲୀ, ଚଣ୍ଡୀଗଡ଼, ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା ଓ ତାମିଲନାଡ଼ୁ କ୍ରମାଗତ ଭାବରେ ଅଛନ୍ତି । ଏହିସବୁ ରାଜ୍ୟରେ ମୁଣ୍ଡପିଛା ଆୟ ବାର୍ଷିକ ୩ ଲକ୍ଷରୁ ଅଧିକ । 

ବଜେଟ୍‌ରେ ବିହାରକୁ ମିଳିଲା କଣ ?

ଗତକାଲି କେନ୍ଦ୍ରରେ ବଜେଟ୍‌ ଉପସ୍ଥାପନ ହେବା ପରେ ସ୍ପଷ୍ଟ ଜଣାପଡ଼ିଥିଲା କି ବିହାରକୁ ଏଥର ଅଧିକ ଫୋକସ୍‌ରେ ରଖାଯାଇଛି । ଘୋଷଣା ଅନୁସାରେ, ବିହାରରେ ଗ୍ରାନଫିଲ୍ଡ ଏୟାରପୋର୍ଟ, ରାଷ୍ଟ୍ରୀୟ ଖାଦ୍ୟ ପ୍ରଦୋୟଗୀ, ଉଦ୍ୟମିତା ଓ ପ୍ରବନ୍ଧନ ସଂସ୍ଥାନ ବି ନିର୍ମାଣ କରାଯାଉଛି । ଏହାସହ ରାଜ୍ୟରେ ମଖାନା ବୋର୍ଡ ଗଠନ ହେବା ନେଇ ଘୋଷଣା ହୋଇଛି । ସେପଟେ, ପାଟଣା ବିମାନ ବନ୍ଦରର ସଂପ୍ରସାରଣ, ବିହତାରେ ବ୍ରାଉନଫିଲ୍ଡ ବିମାନ ବନ୍ଦର ସହ ଏକ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରର ମିଥିଳାଞ୍ଚଳର ବିକାଶକୁ ବି ଗୁରୁତ୍ବ ଦିଆଯାଇଛି । ପୂର୍ବବର୍ଷ ଜୁଲାଇ ମାସରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟ୍‌ରେ ବି ବିହାର ଲାଗି ଅନେକ ବଡ଼ବଡ଼ ଯୋଜନା ଘୋଷଣା କରାଯାଇଥିଲା । ରେଳଠୁ ଆରମ୍ଭ କରି ବିମାନ ବନ୍ଦର, ରାସ୍ତାଘାଟ ଆଦି ନିର୍ମାଣ କାମରେ ବି ଅନେକ  ଯୋଜନା ବିହାର ଲାଗି କରାଯାଇଥିବା ଜଣାପଡ଼ିଛି । 

ବିହାର ସାମ୍ନାରେ କି ଟେନସନ୍‌ ?

କୁହାଯାଉଛି ବିହାର ରାଜନୀତିରେ ପ୍ରତି ସମୟରେ ହଟ୍ଟଚମଟ ସୃଷ୍ଟି ହୁଏ। ବୋଧହୁଏ ସେଇଥି ଲାଗି ନୀତିଶ କୁମାର ବାରମ୍ବାର ଦଳ ପରିବର୍ତ୍ତନ କରି କ୍ଷମତାରେ ରହିଛନ୍ତି । କାରଣ ବିହାର ଅଂଚଳ ଯେତିରି ତାହାଠାରୁ ଅଧିକ ଲୋକ ରହୁଛନ୍ତି ବିହାରରେ । ତେଣୁ କେନ୍ଦ୍ର ସରକାର ଏସନ ବିହାରକୁ ଅଧିକ ଫୋକସ ଦେଇଥିବା କୁହାଯାଉଛି ।