Jewellers Shop: ହିଜାବ ପିନ୍ଧିକି ଗଲେ ଗହଣା ଦୋକାନରେ ନୋ-ଏଣ୍ଟ୍ରି !

Advertisment

ମୁହଁ ନ ଦେଖାଇ ସୁନା ଏବଂ ରୂପା କିଣିବା ସମ୍ପୂର୍ଣ୍ଣ ନିଷେଧ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ଅଳଙ୍କାର ଦୋକାନରେ ହିଜାବ, ବୁର୍ଖା, ହେଲମେଟ କିମ୍ବା ମୁହଁ ଘୋଡ଼ାଇବା ଆସିବା ଉପରେ ଲାଗିଲା ରୋକ ।

ମୁହଁ ନ ଦେଖାଇ ସୁନା ଏବଂ ରୂପା କିଣିବା ସମ୍ପୂର୍ଣ୍ଣ ନିଷେଧ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ଅଳଙ୍କାର ଦୋକାନରେ ହିଜାବ, ବୁର୍ଖା, ହେଲମେଟ କିମ୍ବା ମୁହଁ ଘୋଡ଼ାଇବା ଆସିବା ଉପରେ ଲାଗିଲା ରୋକ ।

jewelry shops security

jewelry shops security Photograph: (Google)

କନକ ବ୍ୟୁରୋ: ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନା ଦୋକାନଗୁଡ଼ିକରେ ବଢ଼ୁଥିବା ଅପରାଧ ଏବଂ ଲୁଟ୍‌କୁ ରୋକିବା ପାଇଁ ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନ ତରଫରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ, ସାରା ରାଜ୍ୟରେ ମୁହଁ ନ ଦେଖାଇ ସୁନା ଏବଂ ରୁପା କିଣିବା ସମ୍ପୂର୍ଣ୍ଣ ନିଷେଧ ହେବ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ଅଳଙ୍କାର ଦୋକାନରେ ହିଜାବ, ବୁର୍ଖା, ହେଲମେଟ କିମ୍ବା ମୁହଁ ଘୋଡ଼ାଇବା ଆସିବା ଉପରେ ରୋକ ଲଗାଇବାରେ ବିହାର ଦେଶର ପ୍ରଥମ ରାଜ୍ୟ ହୋଇଛି । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନର ନିର୍ଦ୍ଦେଶରେ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତାକାଲିଠାରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ।  ତେବେ  ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ: ଖୋର୍ଦ୍ଧାରେ ସୁନା ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୨ ଜଣଙ୍କୁ ଗିରଫ ସହ ୧ କିଲୋ ସୁନା ଓ ୨ କିଲୋ ରୂପା ଅଳଙ୍କାର ଜବତ

ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନର ବିହାର ରାଜ୍ୟ ସଭାପତି ଅଶୋକ କୁମାର ବର୍ମା କହିଛନ୍ତି ଯେ ଏହି ପଦକ୍ଷେପ କୌଣସି ଧାର୍ମିକ କିମ୍ବା ବ୍ୟକ୍ତିଗତ ଭାବନାକୁ ଆଘାତ ଦେବା ପାଇଁ ନୁହେଁ, ବରଂ କେବଳ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟର କୌଣସି ଅଳଙ୍କାର ଦୋକାନ ମୁହଁ ସମ୍ପୂର୍ଣ୍ଣ ଘୋଡ଼ାଇ ଆସୁଥିବା ଗ୍ରାହକଙ୍କୁ ପ୍ରବେଶ ଦେବ ନାହିଁ, କିମ୍ବା ସେମାନଙ୍କ ପାଇଁ କୌଣସି ବିକ୍ରୟ କରାଯିବ ନାହିଁ । ବର୍ତ୍ତମାନ  ସୁନା ଏବଂ ରୁପାର ଦର ରେକର୍ଡ ଭାଙ୍ଗିଛି  । ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ  ୧୪୦,୦୦୦  ଏବଂ ଏକ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରାୟ  ୨୫୦,୦୦୦ ରେ ପହଞ୍ଚିଛି। ଏତେ ଉଚ୍ଚ ମୂଲ୍ୟର ସାମଗ୍ରୀ ହୋଇଥିବାରୁ, ଅଳଙ୍କାର ଦୋକାନଗୁଡ଼ିକ ଅପରାଧୀଙ୍କ ପାଇଁ ନିରନ୍ତର ଟାର୍ଗେଟରେ ରହିଆସୁଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe