ରୋଗୀଙ୍କୁ ମିଳୁନି କିନ୍ତା ରାସ୍ତାରେ ଫିଙ୍ଗା ଯାଉଛି ପୂଳା ପୂଳା ଔଷଧ । କେଉଁଠି ଅଳିଆ ଗଦା ତ କେଉଁଠି ରାସ୍ତା କଡ଼ରେ ମିଳୁଛି ସରକାରୀ ଔଷଧ

Advertisment

ସେହିପରି ଗଜପତି ଜିଲ୍ଲା ମୋହନା ସହର ନିକଟ ଜାତୀୟ ରାଜପଥରେ ବି ପଡ଼ିଛି ଏକ୍ସପାୟରି ମେଡିସିନ୍। କେଉଁଠୁ ଆସିଲା ଏତେ ପରିମାଣର ମେଡିସିନ, ତାକୁ ନେଇ ଉଠୁଛି ପ୍ରଶ୍ନ। ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସହ ଔଷଧ ବିତରଣ କରୁଛନ୍ତି। ଯାହାକୁ ନେଇ ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଟି କୋଟି ଟଙ୍କାର ଔଷଧ ଦିଆଯାଉଛି। ଆଉ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଲୋକଙ୍କୁ ଦେବା ପରିବର୍ତ୍ତେ ଜାତୀୟ ରାଜପଥ କଡରେ ପଡ଼ି ରହିଛି କୁଢ଼ କୁଢ଼ ଔଷଧ। ଯାହାକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ ।

odisha

କନକ ବ୍ୟୁରୋ :  ସରକାର କା ମାଲ୍‌ ଦରିଆରେ ଡାଲ୍‌। ସରକାରୀ ଅର୍ଥର ବିନର୍ବ୍ୟୟ। ରୋଗୀଙ୍କୁ ମିଳୁନି ଅଥଚ ରାସ୍ତାରେ ଫିଙ୍ଗାଯାଉଛି ପୁଳା ପୁଳା ଔଷଧ । କେଉଁ ଅଳିଆଗଦାରେ ପଡ଼ିଛି ତ ଆଉ କେଉଁଠି ପୋଡ଼ି ଦେଉଛନ୍ତି । ସବୁ ଔଷଧ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ଆସିଥିବା ନିରାମୟର । ସପ୍ତାହେ ଭିତରେ ରାଜ୍ୟର ୩ଟି ଜାଗାରୁ ଆସିଲାଣି ସମାନ ଚିତ୍ର ।

ଅଧିକ ପଢ଼ନ୍ତୁ : ବଜାରରେ ମିଳୁଛି ପୁଳାପୁଳା ନକଲି ମେଡିସିନ୍‌; ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ

ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର କିଛି ବାଟ ଦୂରରେ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର କଣ୍ଟିଆଚିରା ନାଳ ତୁଣ୍ଡରା ରାସ୍ତା କଡ଼ ଅଳିଆ ଗଦାରେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କ ପାଇ ଉଦ୍ଦିଷ୍ଟ ପୁଳା ପୁଳା ମେଡିସିନ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିରେ ଏକ୍ସପାୟାରି ହୋଇନଥିବା ଆଇରନ ଓ ଫଲିକ ଏସିଡ ସିରପ୍‌ ସହିତ ଶହଶହ ବଟିକା ଷ୍ଟ୍ରିପ୍ ମଧ୍ୟ ଥିଲା। ଅନେକ ଔଷଧର ଏକ୍ସପାୟାରି ତାରିଖ ସେପ୍ଟେମ୍ବର, ଡିସେମ୍ବର ୨୦୨୬ ରହିଥିଲା। କନକନ୍ୟୁଜରେ ପ୍ରଥମେ ଏହି ଖବର ସାମ୍ନାକୁ ଆସିଥିଲା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ  ନେଇଛି ସ୍ବାସ୍ଥ୍ୟ ବିଭାଗ । ଆଜି ୨ ଜଣ ଏଏନଏମଙ୍କୁ ନିଲମ୍ବନ କରାଯାଇଛି ।

ସେହିପରି ଗଜପତି ଜିଲ୍ଲା ମୋହନା ସହର ନିକଟ ଜାତୀୟ ରାଜପଥରେ ବି ପଡ଼ିଛି ଏକ୍ସପାୟରି ମେଡିସିନ୍। କେଉଁଠୁ ଆସିଲା ଏତେ ପରିମାଣର ମେଡିସିନ, ତାକୁ ନେଇ ଉଠୁଛି ପ୍ରଶ୍ନ। ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସହ ଔଷଧ ବିତରଣ କରୁଛନ୍ତି। ଯାହାକୁ ନେଇ ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଟି କୋଟି ଟଙ୍କାର ଔଷଧ ଦିଆଯାଉଛି। ଆଉ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଲୋକଙ୍କୁ ଦେବା ପରିବର୍ତ୍ତେ ଜାତୀୟ ରାଜପଥ କଡରେ ପଡ଼ି ରହିଛି କୁଢ଼ କୁଢ଼ ଔଷଧ। ଯାହାକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ : କେନ୍ଦୁଝରରେ ୨୦ ନଂ ଜାତୀୟ ରାଜପଥ କଡ଼ରେ ପଡ଼ି ରହିଛି ସରକାରୀ ଔଷଧ କୁଢ଼କୁଢ଼

ସେହିପରି ସୁନ୍ଦରଗଡ଼ରୁ ବି ଆସିଛି ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର। ସୁନ୍ଦରଗଡ଼ ଖଣି ପ୍ରଭାବିତ ହେମଗିରି ବ୍ଲକ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟ ଆର୍ବଜନାରେ କୁଢ଼ କୁଢ଼ ଔଷଧ ପୋଡ଼ି ଦିଆଯାଇଛି। କୁଣ୍ଡ ଭିତରେ ମଧ୍ୟ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା ଗଦାଗଦା ବଟିକା ଓ ଔଷଧ। କେଉଁ ଔଷଧର ବୈଧତା ୨୦୨୫ ଡିସେମ୍ବର ଶେଷ ପର୍ୟ୍ୟନ୍ତ ରହିଛି ତ ଆଉ କିଛି ଔଷଧର ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ  ରହିଛି। ଫାର୍ମାସିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଔଷଧ ବାହାର କରାଇ ଜଳାଉଥିବା ଦେଖିବାକୁ ମିଳିଥିଲା। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମେଡିସିନ୍‌ ପୋଡ଼ିଥିବା ଫାର୍ମାସିଷ୍ଟ ସୁରଥ ପୃସେଠଙ୍କୁ ଅନ୍ୟତ୍ର ବଦଳି କରିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସୁନ୍ଦରଗଡ଼ ସିଡିଏମଓ ସୁରେଶ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ମାଗଣାରେ ଦେବାକୁ ଥିବା ମୂଲ୍ୟବାନ ଔଷଧ ସବୁକୁ କର୍ମଚାରୀ ପୋଡ଼ି ଦେଉଥିବା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe