ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ରୋଗୀ ହନ୍ତସନ୍ତ,  ଓମ୍‌ସା ପକ୍ଷରୁ ଘଣ୍ଟିକିଆ ଓପିଡି ବନ୍ଦ

Advertisment

୧୦ ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ ନେଇ ଚେତାବନୀ । ରୋଗୀ ସେବା ବ୍ୟାହତ ।

୧୦ ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ ନେଇ ଚେତାବନୀ । ରୋଗୀ ସେବା ବ୍ୟାହତ ।

Doctor quarrel

Doctor quarrel Photograph: (KanakNews)

କନକ ବ୍ୟୁରୋ: ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ସରକାରୀ ଡାକ୍ତରଖାନାରେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଓଡ଼ିଶା ମେଡିକାଲ ସେବା ସଂଘ-ଓମ୍‌ସା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘଣ୍ଟିକିଆ ବନ୍ଦ ଡାକରା ଦିଆଯାଇଛି । ଗତକାଲି ବନ୍ଦ ସାରା ରାଜ୍ୟର ସରକାରୀ ମେଡିକାଲରେ ସଫଳ ହୋଇଥିବା ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘଣ୍ଟାଏ ବହର୍ବିଭାଗ -ଓପିଡି ବନ୍ଦ ପାଳନ ହେଉଛି । 

ଅଧିକ ପଢନ୍ତୁ: ସମ୍ବଲପୁରବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ, ପାଇପ୍‌ ଫାଟି ମିଶୁଛି ଡ୍ରେନ୍‌ ପାଣି

କେବଳ ସୋନପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡାକ୍ତରମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ୧୦ଦଫା ଦାବି ନେଇ ଡାକ୍ତରମାନେ ଘଣ୍ଟାଏ ଓପିଡି ବନ୍ଦ କରି ପ୍ରତିବାଦ ଜଣାଉଛନ୍ତି । ଆଜି ମଧ୍ୟ ୧ ଘଣ୍ଟା ଓପିଡି ବନ୍ଦ ରହିବ। ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ଖାଲିଥିବା ଡାକ୍ତରୀ ପଦବି ପୂରଣ ଭଳି ଦାବି ନେଇ ଓମ୍‌ସା ପକ୍ଷରୁ ଆନ୍ଦୋଳନ କରାଯାଉଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe