କନକ ବ୍ୟୁରୋ; ଗୋଟିଏ ପଟେ ଆନ୍ଦୋଳନ ଚଳାଇଥିଲେ ଡାକ୍ତର, ଅନ୍ୟପଟେ ଚିକିତ୍ସା ପାଇଁ ଧାଡ଼ିରେ ଛିଡା ହୋଇଥିଲେ ରୋଗୀ । ଆଜି ଦିନ ୧୦ଟା ବେଳକୁ ରାଜ୍ୟର ପ୍ରାୟ ସବୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଠପ୍ ହୋଇଯାଇଥିଲା ଓପିଡି ସେବା। ସରକାର ଓ ଡାକ୍ତରଙ୍କ କଳି ଯୋଗୁ ହନ୍ତସନ୍ତ ହୋଇଥିଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ। ଡାକ୍ତର ଟିକେ ଦେଖିଦେଲେ ଯନ୍ତ୍ରଣାରୁ ଉପଶମ ମିଳିବ ବୋଲି ଆଶା ନେଇ ଆସିଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ।
ଅଧିକ ପଢନ୍ତୁ: ମାଗଣାରେ ରୋଗୀ ସେବା କରୁଛନ୍ତି ଦ୍ବିତୀୟ ଭଗବାନ ; ଶୀତଦିନେ ଶୀତବସ୍ତ୍ର ବି ବାଣ୍ଟୁଛନ୍ତି
ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ପଦବି ପୂରଣ ଭଳି ୧୦ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିଲା ଓମସା। ଆନ୍ଦୋଳନ ଡାକରା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସଂଘ ସହ ଆଲୋଚନା କରିଥିଲେ। ଏପରିକି ଅଲୋଚନା ସକରାତ୍କମ ହୋଇଥିବା ନେଇ ବୋଲି ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଥିଲା। କୁହାଯାଇଥିଲା, ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ। କମିଟି ଦାବିଗୁଡିକର ଅନୁଧ୍ୟାନ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ ଏପର୍ଯ୍ୟନ୍ତ କମିଟି ଗଠନ ହୋଇନଥିବାରୁ ଡାକ୍ତରମାନେ ଘଣ୍ଟିକିଆ କାର୍ଯ୍ୟ ବନ୍ଦ କରିଛନ୍ତି। ଦାବି ପୂରଣ ନ ହେଲେ ଜାନୁଆରିରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ । ଏବେ ପ୍ରଶ୍ନ ଉଠୁଛି, ସରକାର ଓ ଡାକ୍ତରଙ୍କ କଳି ଭିତରେ କାହିଁକି ପେଷି ହେବେ ରୋଗୀ? ସ୍ଥିତି ବିଗିଡ଼ିବା ପୂର୍ବରୁ ସମାଧାନ କାହିଁକି କରୁନାହାନ୍ତି ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/26/doctor-strike-2025-12-26-20-55-57.jpg)