କନକ ବ୍ୟୁରୋ: ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ସରକାରୀ ଡାକ୍ତରଖାନାରେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଓଡ଼ିଶା ମେଡିକାଲ ସେବା ସଂଘ-ଓମ୍ସା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘଣ୍ଟିକିଆ ବନ୍ଦ ଡାକରା ଦିଆଯାଇଛି । ଗତକାଲି ବନ୍ଦ ସାରା ରାଜ୍ୟର ସରକାରୀ ମେଡିକାଲରେ ସଫଳ ହୋଇଥିବା ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘଣ୍ଟାଏ ବହର୍ବିଭାଗ -ଓପିଡି ବନ୍ଦ ପାଳନ ହେଉଛି ।
ଅଧିକ ପଢନ୍ତୁ: ସମ୍ବଲପୁରବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ, ପାଇପ୍ ଫାଟି ମିଶୁଛି ଡ୍ରେନ୍ ପାଣି
କେବଳ ସୋନପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡାକ୍ତରମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ୧୦ଦଫା ଦାବି ନେଇ ଡାକ୍ତରମାନେ ଘଣ୍ଟାଏ ଓପିଡି ବନ୍ଦ କରି ପ୍ରତିବାଦ ଜଣାଉଛନ୍ତି । ଆଜି ମଧ୍ୟ ୧ ଘଣ୍ଟା ଓପିଡି ବନ୍ଦ ରହିବ। ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ଖାଲିଥିବା ଡାକ୍ତରୀ ପଦବି ପୂରଣ ଭଳି ଦାବି ନେଇ ଓମ୍ସା ପକ୍ଷରୁ ଆନ୍ଦୋଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/27/doctor-quarrel-2025-12-27-10-23-12.jpg)