କେନ୍ଦୁଝରରେ ୨୦ ନଂ ଜାତୀୟ ରାଜପଥ କଡ଼ରେ ପଡ଼ି ରହିଛି ସରକାରୀ ଔଷଧ କୁଢ଼କୁଢ଼

Advertisment

ଔଷଧ ନପାଇ ବିଭିନ୍ନ ଡାକ୍ତରଖାନାରୁ ନିରାଶ ହେଉଛନ୍ତି ରୋଗୀ

ଔଷଧ ନପାଇ ବିଭିନ୍ନ ଡାକ୍ତରଖାନାରୁ ନିରାଶ ହେଉଛନ୍ତି ରୋଗୀ

Keonjhar

Keonjhar Photograph: (KanakNews)

କନକ ବ୍ୟୁରୋ: ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଦାୟିତ୍ବହୀନ ଅଧିକାରୀଙ୍କ ପାଇଁ ସେସବୁ ଔଷଧ ଅବଧି ସରିବା ପରେ ରାସ୍ତାକଡ଼ରେ ଫୋପାଡ଼ି ଦିଆଯାଉଛି ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପୁରୁଣା ସହର ନିକଟ ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ସିଦ୍ଧମଠ ସର୍ଭିସ ରାସ୍ତା କଡ଼ରେ । ଫିଙ୍ଗି ଦିଆଯାଇଥିବା ଏକ୍ସପାରୀ ଔଷଧର ନାଁ ଓ ଅନ୍ୟ ଲେଖାକୁ ଲିଭାଇ ଦେବାକୁ ଉଦ୍ୟମ କରାଯାଇଛି ।

ଯେଉଁ କିଛିକିଛି ଔଷଧରେ ଲେଖା ରହିଛି, ସେଥିରେ ଔଷଧ ତିଆରି ବର୍ଷ ୨୦୧୪ ଏବଂ ଅବଧି ଶେଷ ସମୟ ୨୦୧୬ ମସିହା ଉଲ୍ଲେଖ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଏହି ଔଷଧଗୁଡ଼ିକୁ କେଉଁ ଡାକ୍ତରଖାନାକୁ ଯୋଗାଇ ଦିଆଯାଇଥିଲା? ନିରାମୟ କେନ୍ଦ୍ରରେ ରୋଗୀମାନଙ୍କୁ ବିତରଣ କରାନଯାଇ ଦୀର୍ଘ ୯ ବର୍ଷ ଧରି ରଖାଯାଇଥିଲା କାହିଁକି ?  କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଏତେବର୍ଷ ପରେ ରାସ୍ତାକଡ଼ରେ ଫୋପାଡ଼ି ଦେଲା?

 ଅଧିକ ପଢନ୍ତୁ : ଗରିବଙ୍କ ପ୍ରିୟ ଡାକ୍ତର: ଛୁଟି ହେଲେ ଛୁଟନ୍ତି ଲୋକଙ୍କ ପାଖକୁ... ଚିକିତ୍ସା କରନ୍ତି, ମାଗଣାରେ ଔଷଧ ଦିଅନ୍ତିି । ଗରିବର ଗାଁରେ ସେବାର ସାରଥୀ ହୋଇ ପହଞ୍ଚନ୍ତି ଡାକ୍ତର ସୁକାନ୍ତ ସାହୁ...

ରାସ୍ତା କଡ଼ରେ ପଡ଼ିଥିବା ଔଷଧକୁ ଯଦି କୌଣସି ଶିଶୁ, ମାନସିକ ଅନଗ୍ରସର ବ୍ୟକ୍ତି ବା ଗୃହପାଳିତ ପଶୁ ଖାଇ ଅସୁସ୍ଥ ହୁଅନ୍ତି, ସେଥିପାଇଁ କିଏ ରହିବ ଦାୟୀ? ଅନ୍ୟପଟେ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।  ଏ ସମ୍ପର୍କରେ ସିଡିଏମ୍ଓଙ୍କ କହିବା କଥା, ଏକ ଘରୋଇ ସଂସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ୍ସପାରି ଔଷଧ ନେଇ ସଠିକ ପ୍ରଣାଳୀରେ ନଷ୍ଟ କରିବା କଥା। ଯଦି କରି ନାହିଁ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe