କନକ ବ୍ୟୁରୋ; ସଂସଦରେ ଆଜି ବି ଅଚଳାବସ୍ଥା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭା ତିନିଥରରେ ଶେଷରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରହିଛି। ରାହୁଲ ଗାନ୍ଧୀଙ୍କୁ କହିବାର ସୁଯୋଗ ଦେବା ଦାବିରେ ବିରୋଧୀ ଜିଦରେ ଅଟଳ ଅଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।…
ହଟ୍ଟଗୋଳ ଯୋଗୁ ଲୋକସଭା ମୁଲତବି
ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଯୋଜନା
ଅଧିକ ପଢନ୍ତୁ: 'ସଂସଦରେ ମୋଦୀଙ୍କ ଉପରେ ଆକ୍ରମଣର ଯୋଜନା ଥିଲା : ବିରୋଧୀଙ୍କ ଉପରେ ମନୋଜ ତିୱାରୀଙ୍କ ବଡ଼ ଅଭିଯୋଗ
ସଂସଦର ଉଭୟ ଗୃହରେ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାର ସୁଯୋଗ ଦେବା ଦାବିରେ ବିରୋଧୀ ସଦସ୍ୟ ଅଟଳ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭା ବାରମ୍ବାର ହୋଇଥିଲା । ଆରମ୍ଭରୁ ଗୃହ ବାରମ୍ବାର ମୁଲତବି ରହିଥିବା ବେଳେ ଶେଷରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରହିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ପକ୍ଷପାତ କରୁଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି।
ରାଜ୍ୟସଭା ମଧ୍ୟ ସ୍ବାଭାବିକ ଚାଲିପାରିନାହିଁ। ଆମେରିକା- ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କହିବାର ସୁଯୋଗ ନମିଳିବାରୁ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିଜେପି କହିଛି, କୌଣସି ପ୍ରସଙ୍ଗରେ କହିବା ପାଇଁ ବିରୋଧୀଙ୍କ ପାଖରେ ଅଧିକ କିଛି ତଥ୍ୟ ନଥିବାରୁ ସେମାନେ ସଂସଦକୁ ଚଳାଇ ଦେଉନାହାନ୍ତି। ସାଧାରଣ ଲୋକଙ୍କ ଅର୍ଥ ବରବାଦ୍ ହେଉଛି ଓ ଲୋକ ସବୁ ଜାଣିଛନ୍ତି ବୋଲି ବିଜେପି କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଛି । ସେପଟେ ବିଶୃଙ୍ଖଳିତ ଆଚରଣ ଯୋଗୁ ସାରା ବଜେଟ୍ ଅଧିବେଶନରୁ ନିଲମ୍ବିତ ହୋଇଥିବା ବିରୋଧୀ ସାଂସଦ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/parliament-2026-02-09-20-00-41.jpg)