କନକ ବ୍ୟୁରୋ : ବୁଧବାର ଲୋକସଭାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିବା ପ୍ରବଳ ହଟ୍ଟଗୋଳକୁ ନେଇ ବିଜେପି ଏବେ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଛି । ବିଜେପି ସାଂସଦ ମନୋଜ ତିୱାରୀ ଦାବି କରିଛନ୍ତି ଯେ କଂଗ୍ରେସ ମହିଳା ସାଂସଦମାନଙ୍କୁ ଆଗକୁ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ତାଙ୍କ ଆସନ ପର୍ଯ୍ୟନ୍ତ ଆସିଥିଲେ।
ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ ବୁଧବାର ଗୃହରେ ଯାହା କିଛି ଘଟିଛି ସେଥିପାଇଁ ସାରା ଦେଶ କଂଗ୍ରେସକୁ ଧିକ୍କାର କରିବ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାର ଥିଲା, କିନ୍ତୁ ୫ଟା ବାଜିବା ମାତ୍ରେ ମହିଳାମାନଙ୍କୁ ଆଗକୁ କରି କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଚେୟାର ଏବଂ ତା’ଠାରୁ ଆଗକୁ ଘେରି ଯାଇଥିଲେ । କଂଗ୍ରେସକୁ ଦେଶରେ ମିଳୁଥିବା ପରାଜୟ ଯୋଗୁଁ ଏତେ ବ୍ୟତିବ୍ୟସ୍ତ ହୋଇପଡ଼ିଛି ଯେ ଏହି ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଛନ୍ତି ।
ଅଧିକ ପଢ଼ନ୍ତୁ---ଭାରତକୁ ଭୟଭୀତ କରନାହିଁ, ଟ୍ରମ୍ପ ପଦ ଛାଡିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ: ବାଣିଜ୍ୟ ଚୁକ୍ତିର ପରଦା ପଛର କାହାଣୀ
ମନୋଜ ତିୱାରୀ ଆହୁରି କହିଛନ୍ତି, "ଏହି ଲୋକମାନେ ଅତ୍ୟନ୍ତ କ୍ରୋଧିତ ହୋଇ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ପର୍ଯ୍ୟନ୍ତ ଏବଂ ତା’ଠାରୁ ଆଗକୁ ଚାଲିଗଲେ । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ଯେ ଏହା କ’ଣ ହେଉଛି ।" ବିଜେପି ସାଂସଦ ଦାବି କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ଏକ ପୂର୍ବ ଯୋଜନା ଥିଲା । କିନ୍ତୁ କିରଣ ରିଜିଜୁଙ୍କ ଯୋଗୁଁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/manoj-tiwari-allegation-on-congress-2026-02-05-15-27-42.jpg)