ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ଆଣିଲା ଅବିଶ୍ବାସ ପ୍ରସ୍ତାବ, ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀକୁ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଆଣିଲା ଅବିଶ୍ବାସ ପ୍ରସ୍ତାବ

Advertisment

 ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ଆଣିଲା ଅବିଶ୍ବାସ ପ୍ରସ୍ତାବ । କଂଗ୍ରେସ ଅବିଶ୍ବାସ ପ୍ରସ୍ତାବର ନୋଟିସ୍ ଲୋକସଭା ମହାସଚିବଙ୍କୁ ପ୍ରଦାନ କରିଛି ।

 ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ଆଣିଲା ଅବିଶ୍ବାସ ପ୍ରସ୍ତାବ । କଂଗ୍ରେସ ଅବିଶ୍ବାସ ପ୍ରସ୍ତାବର ନୋଟିସ୍ ଲୋକସଭା ମହାସଚିବଙ୍କୁ ପ୍ରଦାନ କରିଛି ।

parliament-proceed

parliament-proceed Photograph: (Google)

କନକ ବ୍ୟୁରୋ:  ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ଅବିଶ୍ବାସ ପ୍ରସ୍ତାବ ଆଣିଲା । କଂଗ୍ରେସ ଅବିଶ୍ବାସ ପ୍ରସ୍ତାବର ନୋଟିସ୍ ଲୋକସଭା ମହାସଚିବଙ୍କୁ ପ୍ରଦାନ କରିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିଛନ୍ତି ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାକୁ ଅନୁମତି ଦିଆଯାଉ ନଥିବା କଂଗ୍ରେସ ଅଭିଯୋଗ କରିଛି । ବିଶେଷ କରି ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ରାହୁଲ ଦେଇଥିବା ବକ୍ତବ୍ୟକୁ ବାଚସ୍ପତି ରୋକିବା ପରେ ଏହି ବିବାଦ ଉଗ୍ର ରୂପ ନେଇଛି । ବିରୋଧୀ ସାଂସଦଙ୍କ କହିବା କଥା ଯେ, ବାଚସ୍ପତି କେବଳ ଶାସକ ଦଳର ସଦସ୍ୟଙ୍କୁ ସୁଯୋଗ ଦେଉଛନ୍ତି ଏବଂ ବିରୋଧୀଙ୍କ ସ୍ୱରକୁ ଚାପି ଦେଉଛନ୍ତି ।

 ବାଚସ୍ପତି ଓମ୍ ବିର୍ଲା, ସଦନରେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିପଦ ଥିବାରୁ ସେ ତାଙ୍କୁ ଗୃହକୁ ନଆସିବାକୁ ଅନୁରୋଧ କରିଥିଲେ, ଯାହାକୁ କଂଗ୍ରେସ ହାସ୍ୟାସ୍ପଦ ଏବଂ ଅଗଣତାନ୍ତ୍ରିକ ବୋଲି କହିଛି। ସୋମବାର ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ନାରାବାଜି କରିଥିଲେ। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ଏବଂ ପରେ ସମଗ୍ର ଦିନ ପାଇଁ ସ୍ଥଗିତ କରିଥିଲେ। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ହଟ୍ଟଗୋଳ ଭିତରେ ଲୋକସଭା ଚାଲିପାରିନି। ସୂଚନା ଅନୁସାରେ କଂଗ୍ରେସ ସାଂସଦମାନେ ଅନାସ୍ଥା ପ୍ରସ୍ତାବ ପାଇଁ ଦରକାରୀ ସ୍ୱାକ୍ଷର ସଂଗ୍ରହ କରିସାରିଛନ୍ତି। ଏହି ପ୍ରସ୍ତାବକୁ ସମାଜବାଦୀ ପାର୍ଟି ଏବଂ ଡିଏମ୍‌କେ ପରି ଦଳଗୁଡ଼ିକ ସମର୍ଥନ କରୁଥିବା ବେଳେ ତୃଣମୂଳ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।

 ଅଧିକ ପଢନ୍ତୁ : ଆଜିଠୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଜାତୀୟ ସମ୍ମିଳନୀ : ଉଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରୱାଣେଙ୍କ ଅପ୍ରକାଶିତ ଆତ୍ମଜୀବନୀ, ଫୋର୍ ଷ୍ଟାର୍‌ସ ଅଫ୍ ଡେଷ୍ଟିନୀ ର କିଛି ଅଂଶକୁ କେନ୍ଦ୍ର କରି ସରକାରଙ୍କୁ ଘେରିଥିଲେ। କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ରାହୁଲ। ବହିର କିଛି ଅଂଶକୁ ନେଇ ରାହୁଲ କହିଥିଲେ, ୨୦୨୦ରେ ଗଲୱାନ ଘାଟିରେ ଯେତେବେଳେ ଚୀନ ସେନା ମାଡ଼ି ଆସୁଥିଲେ, ସେତେବେଳେ ଉପରସ୍ଥ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ ଅପେକ୍ଷାରେ ଥିଲେ ସେନା। ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଏତିକି କହିଥିଲେ, ଯାହା ଉଚିତ ମନେ କରୁଛ କର। ରାହୁଲ ଅଭିଯୋଗ କରି କହିଥିଲେ, ସରାକାର ସଂକଟ ସମୟରେ ସେନାକୁ ଏକାକୀ ଛାଡ଼ି ଦେଇଥିଲେ। ତେବେ ନରୱଣେଙ୍କ ଏହି ଆତ୍ମଜୀବନୀ ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ହୋଇ ନାହିଁ ଏବଂ ରାହୁଲ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଥିଲେ ବହି ପ୍ରକାଶନ କମ୍ପାନି। ଯାହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ନୂଆ ବିତର୍କ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe