ସ୍କୁଲ ପାଇଁ ଆନ୍ଦୋଳନ, ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଭିଭାବକ

Advertisment

ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲାପାଳ ଅଫିସ ଘେରାର କରିବା ସହ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ନିକଟରେ ରାଜ୍ୟ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ନୂଆପଡ଼ା ବ୍ଳକର କଲ୍ୟାଣପୁର, ମାଗୁରପାଣି, ବୁକାରାଟ, କୋମନା ବ୍ଳକର ସମରସିଂ ଓ ବୋଡ଼େନ ବ୍ଲକର ବଳଲିଖୁଣ୍ଡି ସ୍କୁଲକୁ ସାମିଲ କରାଯାଇଛି । ଏଥିପାଇଁ ଶିଳାନ୍ୟାସ ଉତ୍ସବ ହେବାକୁ ଥିଲା ।

ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲାପାଳ ଅଫିସ ଘେରାର କରିବା ସହ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ନିକଟରେ ରାଜ୍ୟ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ନୂଆପଡ଼ା ବ୍ଳକର କଲ୍ୟାଣପୁର, ମାଗୁରପାଣି, ବୁକାରାଟ, କୋମନା ବ୍ଳକର ସମରସିଂ ଓ ବୋଡ଼େନ ବ୍ଲକର ବଳଲିଖୁଣ୍ଡି ସ୍କୁଲକୁ ସାମିଲ କରାଯାଇଛି । ଏଥିପାଇଁ ଶିଳାନ୍ୟାସ ଉତ୍ସବ ହେବାକୁ ଥିଲା ।

nuapada

କନକ ବ୍ୟୁରୋ :  ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ । ପିଲାଙ୍କୁ ଶିକ୍ଷାର ଗୁରୁତ୍ବ ବୁଝାଇବାକୁ ସରକାର ନାନା ଯୋଜନା ଆଣୁଛନ୍ତି । କିନ୍ତୁ ବିଦ୍ୟାଳୟ ନଥିବାରୁ ଅନେକ ସ୍ଥାନରେ ପିଲା ପଢ଼ାରୁ ବଞ୍ଚିତ ହେଉଥିବା ନଜିର ରହିଛି । ହେଲେ ଏବେ ଲୋକମାନେ ଶିକ୍ଷାର ଆବଶ୍ୟକତା ବୁଝିଛନ୍ତି। ଆଉ ସ୍କୁଲ ତିଆରି ପାଇଁ ଅଣ୍ଟା ଭିଡ଼ିଛନ୍ତି ।  ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକର ବୋଇରଭାଡ଼ିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଏହି ଜନ ଆନ୍ଦୋଳନ ବା ଗଣଧାରଣା । ବୋଇରଭାଡ଼ି, ପଞ୍ଚାୟତ ମୁଖ୍ୟାଳୟ ହୋଇଥିଲେ ହେଁ ସବୁ ଆଡ଼ୁ ଅବହେଳିତ ହୋଇପଡ଼ିଛି। ଏଠି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି କହିଲେ ଭୁଲ ହେବନି । ପିଲାଙ୍କ ପଢ଼ିବାକୁ ଏଠି କେବଳ ପ୍ରାଥମିକ ବିଦ୍ୟାଳୟ ଅଛି । ଏଣୁ ଗାଁର ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସୁଛି । ଆଉ ବୋଇରଭାଡ଼ିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି ।

ନୂଆପଡ଼ା କୋମନାରେ ଚାଞ୍ଚଲ୍ୟ; ମଣିଷ ଖାଇଛି ବାଘ ମାଂସ

 ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲାପାଳ ଅଫିସ ଘେରାର କରିବା ସହ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ନିକଟରେ ରାଜ୍ୟ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ନୂଆପଡ଼ା ବ୍ଳକର କଲ୍ୟାଣପୁର, ମାଗୁରପାଣି, ବୁକାରାଟ, କୋମନା ବ୍ଳକର ସମରସିଂ ଓ ବୋଡ଼େନ ବ୍ଲକର ବଳଲିଖୁଣ୍ଡି ସ୍କୁଲକୁ ସାମିଲ କରାଯାଇଛି । ଏଥିପାଇଁ ଶିଳାନ୍ୟାସ ଉତ୍ସବ ହେବାକୁ ଥିଲା । ଏହି ଖବର ପାଇ ବୋଇରଭାଡ଼ି ଗାଁ ଲୋକେ ପ୍ରତିକ୍ରିୟାଶୀଳ ହୋଇ ବିରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ, ଗାଁର ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ପଞ୍ଚାୟତର ସବୁ ଉନ୍ନୟନ କାମ ଓ ଶିକ୍ଷାନୁଷ୍ଠାନ ମାଗୁରପଣି ଗାଁରେ ସ୍ଥାପନ ହୋଇଛି । ମାଗୁରପଣିରେ ହାଇସ୍କୁଲ ସ୍ଥାପନ ହେବା ସହ ଅତ୍ୟାଧୁନିକ ସାପ୍ତାହିକ ହାଟ ବି ନିର୍ମାଣ ହୋଇଛି । ଏହି ପଞ୍ଚାୟତର ସବୁ ଅନୁଦାନ ମାଗୁରପାଣି ଗାଁରେ ଖର୍ଚ୍ଚ ହେଉଛି । ବୋଇରଭାଡ଼ି ନାଁରେ ଆସିଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବେ ମାଗୁରପାଣିରେ ଶିଳାନ୍ୟାସ ହେଉଛି। ଯାହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଞ୍ଚଳବାସୀ।

ବୋଇରଭାଡ଼ି ଗାଁର ଶତାଧ‌ିକ ଲୋକେ, ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ପରିତ୍ୟାଗ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କରି ମୁଖ୍ୟଗେଟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଏକ ପ୍ରତିନିଧି ଦଳ ସହ ଡିଇଓଙ୍କ ସହ ଅଫିସରେ ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ଷ ବାହାରିନଥିଲା। ଶେଷରେ ଜିଲ୍ଲାପାଳ ଅଫିସ ଘେରଉ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତି ହେତୁ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ ଅଞ୍ଚଳବାସୀ। ଅପରାହ୍ନରେ ଉପଜିଲ୍ଲାପାଳ ସୁର୍ମୀ ସୋରେନ ଜିଲ୍ଲାପାଳ ଅଫିସରେ ପହଞ୍ଚି ବୁଝାସୁଝା କରିଥିଲେ। ପ୍ରାଶାସନିକ ଟିମ ବୋଇରପାଡ଼ି ଗାଁ ପରିଦର୍ଶନ କରି ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe