ମହିଳାଙ୍କ ଭାଗ୍ୟ ବଦାଳାଇଦେଲା ପାମ୍ପଡ ବ୍ୟବସାୟ : ଏବେ ଖୁସିରେ ଚଳୁଛି ପରିବାର

ଗାଁ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ପାମ୍ପଡ଼ ବ୍ୟବସାୟ ।  କିଏ ସ୍ୱାମୀଙ୍କ ଦେହାନ୍ତ ପରେ ଗୁମୁରି କାନ୍ଦୁଥିଲା  ।   କିଏ ଭାଗ୍ୟକୁ ନିନ୍ଦି ଘରେ ହାତ ବାନ୍ଧି ବସି ରହୁଥିଲା ।  

13

Photograph: (KANAKNEWS)

କନକବ୍ୟୁରୋ :  ଗାଁ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ପାମ୍ପଡ଼ ବ୍ୟବସାୟ ।  କିଏ ସ୍ୱାମୀଙ୍କ ଦେହାନ୍ତ ପରେ ଗୁମୁରି କାନ୍ଦୁଥିଲା  ।   କିଏ ଭାଗ୍ୟକୁ ନିନ୍ଦି ଘରେ ହାତ ବାନ୍ଧି ବସି ରହୁଥିଲା ।  ହେଲେ ଏବେ ସେମାନେ ସ୍ୱାବଲମ୍ବୀ ।  ପାମ୍ପଡ଼ ତିଆରି କରୁଥିବାରୁ ହାତକୁ ଦୁଇ ପଇସା ଆସୁଛି, ମାସକୁ ଲକ୍ଷ ଲକ୍ଷ ଟଙ୍କାର ବେପାର ବି ହେଉଛି । କେମିତି ୫୦ଜଣ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ପାମ୍ପଡ ବ୍ୟବସାୟ  ...

ଅଧିକ ପଢନ୍ତୁ... ବଳଦେବଜିଉଙ୍କ ଭୋଗ ପୋଟଳି ପିଠା : ବର୍ଷକୁ ୫୦ ଲକ୍ଷ ଟଙ୍କାର ପ୍ରସାଦ ବ୍ୟବସାୟ

ପୁରୁଛି ହାତ ମୁଠା, ଚଳୁଛି ପରିବାର ।  ଜୀବନ ବଦଳାଇ ଦେଲା ପାମ୍ପଡ ବେପାର ।  କିଏ ଗୋଳେଇ ଦେଉଛି, କିଏ ବେଲି ଦେଉଛି ଆଉ କିଏ ନେଇ ଶୁଖେଇ ଦେଉଛି । ଗୋଟିଏ ବିଶାଳ କୋଠରୀରେ ଏମିତି ଚାଲିଛି ପାମ୍ପଡ ପ୍ରସ୍ତୁତି  ।  ବ୍ରହ୍ମପୁର ସହର ଉପକଣ୍ଠ ଛତ୍ରପୁର ବ୍ଲକର ବଳରାମପୁର।  ପାହାଡ଼ ତଳର ଏହି ଛୋଟିଆ ଗାଁର ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ  ୫୦ଜଣ ମହିଳାଙ୍କୁ ନେଇ ଚଳେଇଛି ପାମ୍ପଡ ବ୍ୟବସାୟ । ଯାହା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବନର ରାହା ବଦଳାଇ ଦେଇଛି । 

ସୁସ୍ୱାଦୁ, କୁଡୁମୁଡ଼ିଆ ଓ ସୁଲଭ ମୂଲ୍ୟ, ବଜାରରେ ବ୍ରହ୍ମପୁର ପାମ୍ପଡ଼ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ବଳରାମପୁର ଗାଁର ମହିଳାମାନେ ୧୨ରୁ ୧୨ ପ୍ରକାରର ପାମ୍ପଡ଼ ତିଆରି କରୁଛନ୍ତି । ଚାହିଦା ବଢୁଥିବାରୁ ବାହାର ରାଜ୍ୟକୁ ଯାଉଛି ।  ବେପାରୀ ଆସି ଘର ପାଖରୁ କିଣି ନେଉଛନ୍ତି  ।  ଆଉ ବରାଦ ମୁତାବକ ରାଜ୍ୟ ତଥା ବାହାର ରାଜ୍ୟକୁ ମଧ୍ୟ ପଠାଯାଉଛି  ।  ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ ଦ୍ୱାରା ପ୍ରସ୍ତୁତ ପାମ୍ପଡ଼ 

ଭୁବନେଶ୍ୱର, କଟକ ସମେତ ଦିଲ୍ଲୀ, ହାଇଦ୍ରାବାଦକୁ ପଠାଯାଉଛି 
୧୨ରୁ ୧୫ ପ୍ରକାର ପାମ୍ପଡ଼ ପ୍ରସ୍ତୁତ କରୁଛନ୍ତି ମହିଳା 

ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରି ୧୦୦ କିଲୋ ଉତ୍ପାଦନ କରୁଛନ୍ତି  
ପାମ୍ପଡ଼ କିଲୋଗ୍ରାମର ଦାମ୍‌ ୨୫୦ରୁ ୩୦୦ ଟଙ୍କା 
ପ୍ରତ୍ୟେକ ସଦସ୍ୟଙ୍କ ମାସିକ ରୋଜଗାର ହାରାହାରି ୧୦ ହଜାର ଟଙ୍କା  

ବର୍ଷକୁ ପାମ୍ପଡ଼ର ବ୍ୟବସାୟ ୧୦ କୋଟି ଟଙ୍କା ଛୁଉଁଛି   , ବିଶେଷ କରି ବଳରାମପୁର ଗାଁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ, ରାଶି, ଗୋଲମରିଚ, ଆଳୁ, ଲଙ୍କା, ଜୁଆଣି, ପାନ ମହୁରୀ ଆଦିରେ ପ୍ରସ୍ତୁତ ପାମ୍ପଡ ବେଶୀ ବିକ୍ରି ହେଉଛି  ।  ୨୦୧୩ରୁ ଆରମ୍ଭ ହୋଇଥିଲା  ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ ।  ହେଲେ ବଜାରରେ ପ୍ରାୟ ୨ବର୍ଷ ହେଲା ବଳରାମପୁର ଗାଁ ମହିଳାଙ୍କ ପ୍ରସ୍ତୁତ ପାମ୍ପଡର ଚାହିଦା ବଢିଛି ।  ମେଳା ମହୋତ୍ସବରେ ଷ୍ଟଲ ଦେଇ ଲୋକାଦ୍ରୁତ ହେଉଥିବା ଏହି ମହିଳାମାନେ ଆଗକୁ ଡିଜିଟାଲ ବ୍ୟବସାୟ ପାଇଁ ମନ ବଳାଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe