କନକବ୍ୟୁରୋ : ପ୍ରଭୁ ବଳଦେବଜିଉଙ୍କ ପ୍ରିୟ ଭୋଗ ପୋଟଳି ପିଠା । ଏହା ଏମିତି ଏକ ପିଠା, ଯାହା ଖାଇବାକୁ ବେଶ ସ୍ଵାଦିଷ୍ଟ । ଥରେ ଖାଇଲେ ପୁଣି ଖାଇବାକୁ ଇଚ୍ଛା ହୁଏ । କେବଳ ଧର୍ମୀୟ ବିଶ୍ୱାସ ନୁହେଁ ଏହାର ରୋଜଗାର ବି ଅନ୍ୟ ଖାଦ୍ୟ ତୁଳନାରେ ଅଧିକ । ନା ତାର ପୋଟଳି ପିଠା, ଗୋଟାଏ ପିଠାର ମୂଲ୍ୟ ୧୦ଟଙ୍କାରୁ ୨୦ ଟଙ୍କା । ହେଲେ ମାସକୁ ପିଠା ବିକ୍ରିରୁ ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା ।
ପୋଟଳି ପିଠା । ଆସ୍ଥା, ବିଶ୍ୱାସ ଓ ପ୍ରସାଦର ପ୍ରତୀକ । କେନ୍ଦ୍ରାପଡ଼ାର ଆରାଧ୍ୟ ବଳଦେବଜିଉଙ୍କ ଭୋଗ ଭିତରୁ ଅନ୍ୟତମ ପୋଟଳି ପିଠା । ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ ପରେ ଭକ୍ତ ରସାବଳି ସହ ପୋଟଳି ପିଠା ଭୋଗ ଭାବେ ଘରକୁ ନେବାକୁ ପସନ୍ଦ କରିଥାନ୍ତି । ବଳଦେବଜିଉ ମନ୍ଦିର ନିକଟରେ ଥିବା ୯ ଟି ଦୋକାନ ଓ ମନ୍ଦିର ଭିତର ଅମୁଣିଆ ଭୋଗ ଦୋକାନରେ ବିକ୍ରି ହୁଏ ପୋଟଳି ପିଠା । ଠାକୁରଙ୍କ ପ୍ରସାଦ ଯୋଗୁଁ ପୋଟଳି ପିଠା ପ୍ରତି ଶ୍ରଦ୍ଧାଳୁଙ୍କ ଆଦର ଓ ଆକର୍ଷଣ ରହିଛି । କେବଳ ଧର୍ମୀୟ ବିଶ୍ୱାସ ନୁହେଁ ପୋଟଳି ପିଠାର ବ୍ୟାବସାୟିକ ମହତ୍ୱ ମଧ୍ୟ ରହିଛି ।
ଅଧିକ ପଢନ୍ତୁ.... ଭାରତର ଚମତ୍କାରୀ ମନ୍ଦିର : ଡାଏବେଟିସ୍ ହୁଏ ଦୂର !
ପୋଟଳି ପିଠାରେ ପେଟ ପୂରୁଛି ....
ଠାକୁରଙ୍କ ଭୋଗ ଭାବେ ଭକ୍ତ ମହଲରେ ଚାହିଦା ଅଧିକ
ପ୍ରତିଦିନ ଏହି ବ୍ୟବସାୟରୁ ଲାଭବାନ ହୁଅନ୍ତି ପ୍ରାୟ ୮୦ ପରିବାର
ଗୋଟିଏ ପୋଟଳି ପିଠାର ଦାମ୍ ୧୦ରୁ ୨୦ ଟଙ୍କା
ଗୋଟିଏ ଦୋକାନ ଦିନକୁ ୧୫ରୁ ୨୦ ହଜାର ଟଙ୍କାର ପିଠା ବିକ୍ରି କରିଥାନ୍ତି
ପୋଟଳି ପିଠାରୁ ମାସକୁ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ହୁଏ
ବର୍ଷକୁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି ହୋଇଥାଏ
ପ୍ରଭୁ ବଳଦେବଜିଉଙ୍କ ପ୍ରସାଦ ଓ ନିଆରା ସ୍ୱାଦ ହିଁ ପୋଟଳି ପିଠା ବ୍ୟବସାୟର ମୂଳପୁଞ୍ଜି । ଏହାକୁ ଆଧାର କରି ମାସକୁ ବ୍ୟବସାୟୀ ପାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ପୋଟଳି ପିଠା ଅନ୍ୟ ପିଠା ତୁଳନାରେ ଭିନ୍ନ ଭାବେ ପ୍ରସ୍ତୁତ ହୋଇଥାଏ। ୨ଟି ପିଠା ଖାଇଲେ ପୂରିଯାଏ ପେଟ । ଘିଅ, ମଇଦା ଓ ଚିନିକୁ ସ୍ୱତନ୍ତ୍ର ପାଗ କରି ଏହା ପ୍ରସ୍ତୁତ କରାଯାଏ । ପିଠା ଭିତରେ ପୂର ଏହାର ସ୍ୱାଦକୁ ଦୁଇଗୁଣ ବଢ଼ାଇ ଦିଏ । ପ୍ରଭୁ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳି ଓ ପୋଟଳି ପିଠା। ରସାବଳି ଏବେ ରାଜ୍ୟ ଅନ୍ୟସ୍ଥାନରେ ମଧ୍ୟ ପ୍ରସ୍ତୁତ ହେଉଛି । କିନ୍ତୁ ପୋଟୁଳି ପିଠା କେବଳ କେନ୍ଦ୍ରାପଡାରେ ମିଳିଥାଏ । ଖୁବ କମ ଲୋକ ଏହାର ପ୍ରସ୍ତୁତି ଶୈଳୀ ଜାଣିଥିବାରୁ ପୋଟଳି ପିଠା କାରିଗରଙ୍କ ପାରିଶ୍ରମିକ ଅନ୍ୟ କାରିଗରଙ୍କ ଠାରୁ ଢେର ଅଧିକ । ବଳଦେବଜିଉ ମନ୍ଦିରକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଏହି ଭୋଗକୁ ଭକ୍ତିର ସହକାରେ ନେଇ ଥାଆନ୍ତି । ଏହାର ବ୍ୟବସାୟ ବି ଅନେକଙ୍କୁ ପ୍ରତିଷ୍ଠିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/03/12-2025-12-03-10-56-05.jpg)