କନକବ୍ୟୁରୋ : ଗାଁ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ପାମ୍ପଡ଼ ବ୍ୟବସାୟ । କିଏ ସ୍ୱାମୀଙ୍କ ଦେହାନ୍ତ ପରେ ଗୁମୁରି କାନ୍ଦୁଥିଲା । କିଏ ଭାଗ୍ୟକୁ ନିନ୍ଦି ଘରେ ହାତ ବାନ୍ଧି ବସି ରହୁଥିଲା । ହେଲେ ଏବେ ସେମାନେ ସ୍ୱାବଲମ୍ବୀ । ପାମ୍ପଡ଼ ତିଆରି କରୁଥିବାରୁ ହାତକୁ ଦୁଇ ପଇସା ଆସୁଛି, ମାସକୁ ଲକ୍ଷ ଲକ୍ଷ ଟଙ୍କାର ବେପାର ବି ହେଉଛି । କେମିତି ୫୦ଜଣ ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ପାମ୍ପଡ ବ୍ୟବସାୟ ...
ଅଧିକ ପଢନ୍ତୁ... ବଳଦେବଜିଉଙ୍କ ଭୋଗ ପୋଟଳି ପିଠା : ବର୍ଷକୁ ୫୦ ଲକ୍ଷ ଟଙ୍କାର ପ୍ରସାଦ ବ୍ୟବସାୟ
ପୁରୁଛି ହାତ ମୁଠା, ଚଳୁଛି ପରିବାର । ଜୀବନ ବଦଳାଇ ଦେଲା ପାମ୍ପଡ ବେପାର । କିଏ ଗୋଳେଇ ଦେଉଛି, କିଏ ବେଲି ଦେଉଛି ଆଉ କିଏ ନେଇ ଶୁଖେଇ ଦେଉଛି । ଗୋଟିଏ ବିଶାଳ କୋଠରୀରେ ଏମିତି ଚାଲିଛି ପାମ୍ପଡ ପ୍ରସ୍ତୁତି । ବ୍ରହ୍ମପୁର ସହର ଉପକଣ୍ଠ ଛତ୍ରପୁର ବ୍ଲକର ବଳରାମପୁର। ପାହାଡ଼ ତଳର ଏହି ଛୋଟିଆ ଗାଁର ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ ୫୦ଜଣ ମହିଳାଙ୍କୁ ନେଇ ଚଳେଇଛି ପାମ୍ପଡ ବ୍ୟବସାୟ । ଯାହା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବନର ରାହା ବଦଳାଇ ଦେଇଛି ।
ସୁସ୍ୱାଦୁ, କୁଡୁମୁଡ଼ିଆ ଓ ସୁଲଭ ମୂଲ୍ୟ, ବଜାରରେ ବ୍ରହ୍ମପୁର ପାମ୍ପଡ଼ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବଳରାମପୁର ଗାଁର ମହିଳାମାନେ ୧୨ରୁ ୧୨ ପ୍ରକାରର ପାମ୍ପଡ଼ ତିଆରି କରୁଛନ୍ତି । ଚାହିଦା ବଢୁଥିବାରୁ ବାହାର ରାଜ୍ୟକୁ ଯାଉଛି । ବେପାରୀ ଆସି ଘର ପାଖରୁ କିଣି ନେଉଛନ୍ତି । ଆଉ ବରାଦ ମୁତାବକ ରାଜ୍ୟ ତଥା ବାହାର ରାଜ୍ୟକୁ ମଧ୍ୟ ପଠାଯାଉଛି । ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ ଦ୍ୱାରା ପ୍ରସ୍ତୁତ ପାମ୍ପଡ଼
ଭୁବନେଶ୍ୱର, କଟକ ସମେତ ଦିଲ୍ଲୀ, ହାଇଦ୍ରାବାଦକୁ ପଠାଯାଉଛି
୧୨ରୁ ୧୫ ପ୍ରକାର ପାମ୍ପଡ଼ ପ୍ରସ୍ତୁତ କରୁଛନ୍ତି ମହିଳା
ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରି ୧୦୦ କିଲୋ ଉତ୍ପାଦନ କରୁଛନ୍ତି
ପାମ୍ପଡ଼ କିଲୋଗ୍ରାମର ଦାମ୍ ୨୫୦ରୁ ୩୦୦ ଟଙ୍କା
ପ୍ରତ୍ୟେକ ସଦସ୍ୟଙ୍କ ମାସିକ ରୋଜଗାର ହାରାହାରି ୧୦ ହଜାର ଟଙ୍କା
ବର୍ଷକୁ ପାମ୍ପଡ଼ର ବ୍ୟବସାୟ ୧୦ କୋଟି ଟଙ୍କା ଛୁଉଁଛି , ବିଶେଷ କରି ବଳରାମପୁର ଗାଁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ, ରାଶି, ଗୋଲମରିଚ, ଆଳୁ, ଲଙ୍କା, ଜୁଆଣି, ପାନ ମହୁରୀ ଆଦିରେ ପ୍ରସ୍ତୁତ ପାମ୍ପଡ ବେଶୀ ବିକ୍ରି ହେଉଛି । ୨୦୧୩ରୁ ଆରମ୍ଭ ହୋଇଥିଲା ମା କନକ ଦୁର୍ଗା ଉତ୍ପାଦକ ସଙ୍ଘ । ହେଲେ ବଜାରରେ ପ୍ରାୟ ୨ବର୍ଷ ହେଲା ବଳରାମପୁର ଗାଁ ମହିଳାଙ୍କ ପ୍ରସ୍ତୁତ ପାମ୍ପଡର ଚାହିଦା ବଢିଛି । ମେଳା ମହୋତ୍ସବରେ ଷ୍ଟଲ ଦେଇ ଲୋକାଦ୍ରୁତ ହେଉଥିବା ଏହି ମହିଳାମାନେ ଆଗକୁ ଡିଜିଟାଲ ବ୍ୟବସାୟ ପାଇଁ ମନ ବଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/03/13-2025-12-03-11-12-07.jpg)