Advertisment
ନ୍ୟୁଜ୍

48 Hours For Pakistanis : ପାକିସ୍ତାନୀଙ୍କୁ ଭାରତର ୪୮ ଘଂଟା କଣ୍ଟ : ଦେଶ ନଛାଡ଼ିଲେ ଜେଲ୍‌ ସହ...

ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

 48 Hours For Pakistani  Photograph: (kanak News)
48 Hours For Pakistani Photograph: (kanak News)

କନକ ବ୍ୟୁରୋ: ୪୮ ଘଣ୍ଟାରେ ଭାରତ ଛାଡ଼ । ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଭୋଗିବେ ।  ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ଦିଆଯାଇଛି । ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା ।

Advertisment

କେନ୍ଦ୍ର ସରକାର ୧୨ ସର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗତ ଦୁଇ ଦିନରେ ୫୩୭  ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି । ମହାରାଷ୍ଟ୍ରରେ ପାଖାପାଖି ୧ ହଜାର ପାକିସ୍ତାନୀ ନାଗରିକ ସର୍ଟ-ଟର୍ମ ଭିସାରେ ଥିଲେ । ଭାରତରୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି । ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି ।

ସେପଟେ, ପହଲଗାମ୍‌ ଆକ୍ରମଣକୁ ନେଇ ଭାରତର ପଦକ୍ଷେପ ପରେ ଛାନିଆ ହେଲାଣି ପାକିସ୍ତାନ । ଜଣେ ପରେ ଜଣେ ନେତା ଦେଶ ଛାଡିବାକୁ ଆରମ୍ଭ କଲେଣି । ପାକିସ୍ତାନର ପିପିପି ନେତା ବିଲାୱାଲ ଭୁଟ୍ଟୋ ଦେଶ ଛାଡିଛନ୍ତି । ପୂରା ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି । ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଧମକ ଦେଇଥିଲେ । ଏବେ ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି । 

ପାକିସ୍ତାନରେ ଲୋକଙ୍କୁ ଭାରତ ବିରୋଧରେ ଉସକାଉଥିବା ନେତା ଏବେ ନିଜ ସୁରକ୍ଷା ପାଇଁ ଦେଶ ଛାଡୁଛନ୍ତି । କାରଣ ସେମାନେ ଜାଣିଛନ୍ତି ଯଦି ଯୁଦ୍ଧ ହୁଏ ତେବେ, ଭାରତ ପାକିସ୍ତାନକୁ ଧ୍ୱଂସ କରିଦେବ । ଯୁଦ୍ଧରେ ପାକିସ୍ତାନ ଭାରତ ଆଗରେ ମୁକାବିଲା ପାଇଁ କେବେ ବି ଛିଡା ହୋଇପାରିବ ନାହିଁ, ତେଣୁ ଦେଶ ଛାଡି ପଳାଇବା ଗୋଟିଏ ମାତ୍ର ରାସ୍ତା ବୋଲି ମନେକରି ଦେଶ ଛାଡି ପଳାଉଛନ୍ତି ପାକିସ୍ତାନର ନେତା । 

Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ