କନକ ବ୍ୟୁରୋ: ପହଲଗାମ୍‌ ଆକ୍ରମଣକୁ ନେଇ ଭାରତର ପଦକ୍ଷେପ ପରେ ଛାନିଆ ପାକିସ୍ତାନ । ଜଣେ ପରେ ଜଣେ ନେତା ଦେଶ ଛାଡିବାକୁ ଆରମ୍ଭ କଲେଣି । ପାକିସ୍ତାନ ପିପୁଲିସ ପାର୍ଟି-ପିପିପି ନେତା ବିଲାୱାଲ ଭୁଟ୍ଟୋ ଦେଶ ଛାଡିଛନ୍ତି । ପୂରା ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି । ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଧମକ ଦେଇଥିଲେ । ଏବେ ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି । 

Advertisment

ପାକିସ୍ତାନରେ ଲୋକଙ୍କୁ ଭାରତ ବିରୋଧରେ ଉସକାଉଥିବା ନେତା ଏବେ ନିଜ ସୁରକ୍ଷା ପାଇଁ ଦେଶ ଛାଡୁଛନ୍ତି । କାରଣ ସେମାନେ ଜାଣିଛନ୍ତି ଯଦି ଯୁଦ୍ଧ ହୁଏ ତେବେ, ଭାରତ ପାକିସ୍ତାନକୁ ଧ୍ୱଂସ କରିଦେବ । ଯୁଦ୍ଧରେ ପାକିସ୍ତାନ ଭାରତ ଆଗରେ ମୁକାବିଲା ପାଇଁ କେବେ ବି ଛିଡା ହୋଇପାରିବ ନାହିଁ, ତେଣୁ ଦେଶ ଛାଡି ପଳାଇବା ଗୋଟିଏ ମାତ୍ର ରାସ୍ତା ବୋଲି ମନେକରି ଦେଶ ଛାଡି ପଳାଉଛନ୍ତି ପାକିସ୍ତାନର ନେତା