କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦ ମାସରେ ଭାରତ-ପାକିସ୍ତାନ ସମେତ ବିଶ୍ବରେ ୮ଟି ଯୁଦ୍ଧ ବନ୍ଦ କରିଥିବା ନେଇ ବାରମ୍ବାର ଦାବି କରିଆସୁଛନ୍ତି। ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣ ଅବସରରେ ମଙ୍ଗଳବାର ଟ୍ରମ୍ପ ପୁଣି ଥରେ ଏନେଇ ଦାବି କରିଛନ୍ତି । ଟ୍ରମ୍ପ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଭାରତ-ପାକିସ୍ତାନ ବିବାଦରେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତାହା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ମରିଯାଇଥାନ୍ତେ । 

Advertisment

ଟ୍ରମ୍ପ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବାରୁ ବନ୍ଦ କରିଥିଲେ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି କହିଥିଲେ, ଗତବର୍ଷ ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ବନ୍ଦ ନହୋଇଥିଲେ ୩୫ ନିୟୁତ ଲୋକ ମରିଯାଇଥାନ୍ତେ ବୋଲି ଶେହବାଜ ତାଙ୍କୁ କହିଥିଲେ। ଟ୍ରମ୍ପ କହିଛନ୍ତି ଗତବର୍ଷ ସେ ଇସ୍ରାଏଲ ଏବଂ ହମାସ, ଇସ୍ରାଏଲ ଏବଂ ଇରାନ, ଇଜିପ୍ଟ ଓ ଇଥିଓପିଆ, ଭାରତ ଓ ପାକିସ୍ତାନ, ସର୍ବିଆ ଏବଂ କସୋଭୋ, ରୁୱାଣ୍ଡା ଏବଂ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ, ଆର୍ମେନିଆ ଏବଂ ଆଜରବୈଜାନ, କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟ‌ରେ ଯୁଦ୍ଧ ସାମିଲ ।

ଅଧିକ ପଢ଼ନ୍ତୁ---ମୋଦୀଙ୍କ ଇସ୍ରାଏଲ ଗସ୍ତକୁ କଂଗ୍ରେସର ତୀବ୍ର ସମାଲୋଚନା