କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଆକ୍ରମଣ । ମଦ୍ରାସା ସମେତ ଆଫଗାନିସ୍ତାନର ୭ଟି ସ୍ଥାନରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଆଫଗାନିସ୍ତାନ ବାୟୁ ସୀମା ଭିତରେ ପଶି ଫାଇଟର ଜେଟ୍ ଏଫ୍-୧୬ ସହାୟତାରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଏଥିରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ : ବିଷାକ୍ତ ଗ୍ୟାସ୍ ଲିକ୍ ଓ ଉଗ୍ରବାଦୀ ଆକ୍ରମଣ: ୭୧ ଜଣଙ୍କ ଜୀବନ ଗଲା
ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୀମାନ୍ତ ଅଞ୍ଚଳରେ ୭ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିବା ପାକିସ୍ତାନର ସୂଚନା ମନ୍ତ୍ରାଳୟ ସୋସିଆଲ ମିଡିଆରେ ସୂଚନା ଦେଇଛି । ନିକଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିବା ଇସଲାମାବାଦ ପକ୍ଷରୁ କୁହାଯାଇଛି । ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/pakistan-2026-02-22-09-13-44.jpg)