ମଧ୍ୟପ୍ରାଚ୍ୟ ନିଆଁରେ ଜଳୁଛି ପାକିସ୍ତାନ: କରାଚିରୁ ପିଓକେ ଯାଏଁ ପ୍ରତିବାଦ, ୩୫ ଜଣ ମୃତ

Advertisment

ଆମେରିକା-ଇସ୍ରାଏଲକୁ ବିରୋଧ କରି ଇସଲାମାବାଦରେ ହିଂସା । ଖାମେନେଇଙ୍କୁ ହତ୍ୟା । ଶିଆ ସମ୍ପ୍ରଦାୟରେ ଆକ୍ରୋଶ ।

ଆମେରିକା-ଇସ୍ରାଏଲକୁ ବିରୋଧ କରି ଇସଲାମାବାଦରେ ହିଂସା । ଖାମେନେଇଙ୍କୁ ହତ୍ୟା । ଶିଆ ସମ୍ପ୍ରଦାୟରେ ଆକ୍ରୋଶ ।

iran--pak

iran--pak Photograph: (Google)

କନକ ବ୍ୟୁରୋ: ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନେଇଙ୍କ ହତ୍ୟା ପରେ ପାକିସ୍ତାନରେ ତେଜିଛି ଆନ୍ଦୋଳନ । ଦେଶରେ ହିଂସାତ୍ମକ ପ୍ରଦର୍ଶନରେ ୩୫ଜଣଙ୍କ ସାଧାରଣ ନାଗରିକଙ୍କ ଜୀବନ ଗଲାଣି । ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ । ଶତାଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି । ସେପଟେ ଆମେରିକା ସରକାର ପାକିସ୍ତାନରେ ଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଭିଡ଼ ଓ ସମ୍ୱେଦନଶୀଳ ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
 
ଇରାନ ଉପରେ ଆମେରିକା-ଇସ୍ରାଏଲର୍ ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟ ସହ ସମଗ୍ର ଏସିଆକୁ ପ୍ରଭାବିତ କରିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ହତ୍ୟାକୁ ନେଇ ଶିଆ ସମ୍ପ୍ରଦାୟ ମଧ୍ୟରେ ଆକ୍ରୋଶ ବଢିଛି । ଶିଆ ବହୁଳ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି । ଆଉ ଏଥିପାଇଁ ପାକିସ୍ତାନରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ପରିସ୍ଥିତି ଏଭଳି ହୋଇଛି ଯେ, ସେଠାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଏକ ବଡ଼ ଆହ୍ୱାନ ପାଲଟିଛି । ଖାମେନେଇଙ୍କ ମୃତ୍ୟୁର ପ୍ରତିବାଦ କରାଚୀରୁ ପାକ୍ ଅଧିକୃତ କାଶ୍ମୀର ପର୍ଯ୍ୟନ୍ତ ବ୍ୟାପିଛି । ପାକିସ୍ତାନର ସହରଗୁଡ଼ିକରେ ଜୋରଦାର ପ୍ରଦର୍ଶନ କରାଯାଉଛି । ସୁରକ୍ଷା ବାହିନୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସିଧାସଳଖ ସଂଘର୍ଷ ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ପାକିସ୍ତାନ ସରକାର ଲୁଚାଉଥିବା ଦାବି କରାଯାଉଛି । ମୃତ୍ୟୁ ସଂଖ୍ୟା ଗଣମାଧ୍ୟମକୁ ପ୍ରକାଶ ନକରିବା ପାଇଁ ପ୍ରଶାସନ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି ।

ଅଧିକ ପଢନ୍ତୁ: ବ୍ୟାପୁଛି ଇରାନ-ଆମେରିକା ଯୁଦ୍ଧ; ଖସିଲା ବିମାନ, ବୁଡିଲା ଜାହାଜ, ହୁତୁହୁତୁ ହୋଇ ଜଳିଗଲା ତୈଳ ଭଣ୍ଡାର

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ହିଂସାର ସବୁଠୁ ଅଧିକ ପ୍ରଭାବ କରାଚୀରେ ଦେଖିବାକୁ ମିଳିଛି । ସହରରେ ହିଂସାତ୍ମକ ପ୍ରତିବାଦରେ ୧୬ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି । ଗିଲଗିଟରେ ସାତ ଜଣ, ସ୍କାର୍ଡୁରେ ଛଅ ଜଣ ଏବଂ ରାଜଧାନୀ ଇସଲାମାବାଦରେ ଛଅ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ପାକିସ୍ତାନର ସୁରକ୍ଷା ବାହିନୀ ଏବଂ ଆମେରିକୀୟ ଯବାନଙ୍କ ସହ ଲୋକଙ୍କ ସଂଘର୍ଷ ବେଳେ ଏହି ସମସ୍ତ ମୃତ୍ୟୁ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗିଲଗିଟ୍-ବାଲ୍ଟିସ୍ତାନ ପ୍ରଦେଶରେ ସରକାର କର୍ଫ୍ୟୁ ଲଗାଇଛନ୍ତି । ଅଞ୍ଚଳର କିଛି ସମ୍ୱେଦନଶୀଳ ସ୍ଥାନରେ ପାକିସ୍ତାନ ସେନାର ଯବାନ ମୁତୟନ କରାଯାଇଛି । 

ହିଂସାକୁ ଏଡାଇବା ପାଇଁ ଶିଆ ଜନସଂଖ୍ୟା ବହୁଳ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ପାକିସ୍ତାନରେ ଥିବା ଆମେରିକୀୟ ଦୂତାବାସ ନିଜର ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଭିଡ଼ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ହିଂସାକୁ ଦେଖି ଆମେରିକା ଦୂତାବାସ ଦୁଇ ଦିନ ପାଇଁ ସମସ୍ତ ଭିସା ସାକ୍ଷାତକୁ ରଦ୍ଦ କରିଛି । ଇସଲାମାବାଦ ସ୍ଥିତ ଆମେରିକୀ ଦୂତାବାସ ସହ କରାଚୀ ଓ ଲାହୋରରେ ଥିବା କନସୁଲେଟ୍ ମଧ୍ୟ ସମାନ ଆଡଭାଇଜରି ଜାରି କରିଛି । ସେପଟେ ପାକିସ୍ତାନର ଶିଆ ବହୁଳ କରାଚୀ, ଲାହୋର, ଇସଲାମାବାଦ ଏବଂ ପେଶାୱରରେ ଉପରେ ସୁରକ୍ଷା କର୍ମୀ କଡ଼ା ନଜର ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe