ନାମିବ୍ୟାଠାରୁ ହାରିଲେ ବିଦା ହୋଇଯିବ ପାକିସ୍ତାନ !

Advertisment

ଏବେ ପାକିସ୍ତାନ ପାଇଁ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ହାରିଲା ପାକିସ୍ତାନ ବିଶ୍ବକପ୍‌ରୁ ବିଦା ହେବା ଏକରକମ ନିଶ୍ଚିତ ହୋଇଯିବ। 

ଏବେ ପାକିସ୍ତାନ ପାଇଁ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ହାରିଲା ପାକିସ୍ତାନ ବିଶ୍ବକପ୍‌ରୁ ବିଦା ହେବା ଏକରକମ ନିଶ୍ଚିତ ହୋଇଯିବ। 

pak India

କନକ ବ୍ୟୁରୋ: ଭାରତଠାରୁ ଶୋଚନୀୟଭାବେ ହାରିବା ପରେ ପାକିସ୍ତାନ ପାଇଁ ସ୍ଥିତି ଜଟିଳ ହୋଇଯାଇଛି । କାରଣ ପାକିସ୍ତାନ ଏବେ ୪ ପଏଣ୍ଟ ଓ ନକାରାତ୍ମକ ରନ୍‌ରେଟ୍‌ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଖସିଆସିଛି । ଏବେ ପାକିସ୍ତାନ ପାଇଁ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ୍‌ରେ ହାରିଲା ପାକିସ୍ତାନ ବିଶ୍ବକପ୍‌ରୁ ବିଦା ହେବା ଏକରକମ ନିଶ୍ଚିତ ହୋଇଯିବ । ନାମିବ୍ୟା ଭାରତ ବିପକ୍ଷରେ ଯେପରି ଖେଳିଥିଲା, ତାହା ଦେଖି ପାକିସ୍ତାନ କେବେବି ଏହି ଆଫ୍ରିକୀୟ ଦଳକୁ ହାଲ୍‌କାରେ ନେବ ନାହିଁ । ନାମିବ୍ୟାର ସ୍ପିନ ଆକ୍ରମଣ ଭାରତକୁ ସମସ୍ୟାରେ ପକାଇଥିବାବେଳେ ପାକିସ୍ତାନ ପାଇଁ ତାହା ଚିନ୍ତାର କାରଣ ହୋଇପାରେ ।

ଏହା ବି ପଢ଼ନ୍ତୁ: ମ୍ୟାଚ୍‌ ଛାଡ଼ି ଅଧାରୁ ପଳାଇଗଲେ ନକ୍‌ଭୀ

ବର୍ତ୍ତମାନର ପଏଣ୍ଟ ଟେବୁଲକୁ ଦେଖିଲେ ଜଣାଯାଏ ଯେ ଭାରତ ୬ ପଏଣ୍ଟ ଓ +୩.୦୫୦ ନେଟ୍‌ ରନ୍‌ରେଟ୍‌ ସହ ଶୀର୍ଷରେ ରହିଛି । ଉଭୟ ୟୁଏସ୍‌ଏ ଓ ପାକିସ୍ତାନ ୪ ପଏଣ୍ଟ ପାଇଥିଲେ ବି ଉନ୍ନତ ରନ୍‌ରେଟ୍‌ କାରଣରୁ ୟୁଏସ୍‌ଏ ଦ୍ବିତୀୟ ସ୍ଥାନରେ ରହିଛି । ୟୁଏସଏର ନେଟ୍‌ ରନ୍‌ରେଟ୍‌ +୦.୭୮୭ ଥିବାବେଳେ ପାକିସ୍ତାନର -୦.୪୦୩ ରହିଛି । ଏଣୁ ପାକିସ୍ତାନକୁ ନିଶ୍ଚିତଭାବେ ନାମିବ୍ୟା ବିପକ୍ଷ ମ୍ୟାଚକୁ ଜିତିବାକୁ ହେବ । ଯଦି ପରାଜିତ ହୁଏ ତେବେ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ୟୁଏସ୍‌ଏ ସୁପର-୮କୁ ଯିବ ଓ ପାକିସ୍ତାନର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe