କନକ ବ୍ୟୁରୋ: ଭାରତଠାରୁ ଶୋଚନୀୟଭାବେ ହାରିବା ପରେ ପାକିସ୍ତାନ ପାଇଁ ସ୍ଥିତି ଜଟିଳ ହୋଇଯାଇଛି । କାରଣ ପାକିସ୍ତାନ ଏବେ ୪ ପଏଣ୍ଟ ଓ ନକାରାତ୍ମକ ରନ୍ରେଟ୍ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଖସିଆସିଛି । ଏବେ ପାକିସ୍ତାନ ପାଇଁ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ୍ରେ ହାରିଲା ପାକିସ୍ତାନ ବିଶ୍ବକପ୍ରୁ ବିଦା ହେବା ଏକରକମ ନିଶ୍ଚିତ ହୋଇଯିବ । ନାମିବ୍ୟା ଭାରତ ବିପକ୍ଷରେ ଯେପରି ଖେଳିଥିଲା, ତାହା ଦେଖି ପାକିସ୍ତାନ କେବେବି ଏହି ଆଫ୍ରିକୀୟ ଦଳକୁ ହାଲ୍କାରେ ନେବ ନାହିଁ । ନାମିବ୍ୟାର ସ୍ପିନ ଆକ୍ରମଣ ଭାରତକୁ ସମସ୍ୟାରେ ପକାଇଥିବାବେଳେ ପାକିସ୍ତାନ ପାଇଁ ତାହା ଚିନ୍ତାର କାରଣ ହୋଇପାରେ ।
ଏହା ବି ପଢ଼ନ୍ତୁ: ମ୍ୟାଚ୍ ଛାଡ଼ି ଅଧାରୁ ପଳାଇଗଲେ ନକ୍ଭୀ
ବର୍ତ୍ତମାନର ପଏଣ୍ଟ ଟେବୁଲକୁ ଦେଖିଲେ ଜଣାଯାଏ ଯେ ଭାରତ ୬ ପଏଣ୍ଟ ଓ +୩.୦୫୦ ନେଟ୍ ରନ୍ରେଟ୍ ସହ ଶୀର୍ଷରେ ରହିଛି । ଉଭୟ ୟୁଏସ୍ଏ ଓ ପାକିସ୍ତାନ ୪ ପଏଣ୍ଟ ପାଇଥିଲେ ବି ଉନ୍ନତ ରନ୍ରେଟ୍ କାରଣରୁ ୟୁଏସ୍ଏ ଦ୍ବିତୀୟ ସ୍ଥାନରେ ରହିଛି । ୟୁଏସଏର ନେଟ୍ ରନ୍ରେଟ୍ +୦.୭୮୭ ଥିବାବେଳେ ପାକିସ୍ତାନର -୦.୪୦୩ ରହିଛି । ଏଣୁ ପାକିସ୍ତାନକୁ ନିଶ୍ଚିତଭାବେ ନାମିବ୍ୟା ବିପକ୍ଷ ମ୍ୟାଚକୁ ଜିତିବାକୁ ହେବ । ଯଦି ପରାଜିତ ହୁଏ ତେବେ ନେଟ୍ ରନ୍ରେଟ୍ ଭିତ୍ତିରେ ୟୁଏସ୍ଏ ସୁପର-୮କୁ ଯିବ ଓ ପାକିସ୍ତାନର ବିଶ୍ବକପ୍ ଅଭିଯାନ ଶେଷ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/pak-india-2026-02-16-14-55-04.jpg)