ଆମେରିକାଠୁ ପ୍ରତିଶୋଧ ନେଲା ପାକିସ୍ତାନ

Advertisment

ଘରୋଇ ପରିବେଶରେ ଖେଳିଥିବା ଗତ ବିଶ୍ବକପ୍‌ରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ୫ ରନ୍‌ରେ ହରାଇ ବିଶ୍ବକପ୍‌ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏଥର କିନ୍ତୁ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସେହି ସଫଳତାକୁ ଦୋହରାଇବାକୁ ସକ୍ଷମ ହୋଇପାରିନାହିଁ । 

ଘରୋଇ ପରିବେଶରେ ଖେଳିଥିବା ଗତ ବିଶ୍ବକପ୍‌ରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ୫ ରନ୍‌ରେ ହରାଇ ବିଶ୍ବକପ୍‌ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏଥର କିନ୍ତୁ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସେହି ସଫଳତାକୁ ଦୋହରାଇବାକୁ ସକ୍ଷମ ହୋଇପାରିନାହିଁ । 

Pak vs USA

କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍‌ରେ ହରାଇ ଦେଇଛି । ଫଳରେ ଗତ ବିଶ୍ବକପ୍‌ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି । ଘରୋଇ ପରିବେଶରେ ଖେଳିଥିବା ଗତ ବିଶ୍ବକପ୍‌ରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ୫ ରନ୍‌ରେ ହରାଇ ବିଶ୍ବକପ୍‌ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏଥର କିନ୍ତୁ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସେହି ସଫଳତାକୁ ଦୋହରାଇବାକୁ ସକ୍ଷମ ହୋଇପାରିନାହିଁ ।

ଏହା ବି ପଢ଼ନ୍ତୁ: ଦମ୍‌ଦାର୍‌ ଆରମ୍ଭ ଉପରେ ଭାରତର ନଜର

ମଙ୍ଗଳବାରର ଏହି ତୃତୀୟ ତଥା ଶେଷ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ୯ ୱିକେଟ୍‌ ବିନିମୟରେ ୧୯୦ ରନ୍‌ କରିଥିଲା । ଓପନର୍‌ ସୈମ ଆୟୁବ ଓ ଅଧିନାୟକ ସଲମାନ ଆଗା ବିଫଳ ହୋଇଥିଲେ । ହେଲେ ସାହିବଜାଦା ଫରହାନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ପୂର୍ବତନ ଅଧିନାୟକ ବାବର ଆଜମ (୪୬)ଙ୍କ ସହ ଅଲ୍‌ରାଉଣ୍ଡର୍‌ ସଦାବ ଖାନ୍‌ (୩୦)ଙ୍କ ଉପଯୋଗୀ ପାଳି ପାଇଁ ପାକିସ୍ତାନ ଏହି ଆହ୍ବାନଭରା ସ୍କୋର୍‌ କରି ନେଇଥିଲା । ଜବାବରେ ଆମେରିକା ପକ୍ଷରୁ ସାହାନ ଜାହାଙ୍ଗୀର ଓ ଶୁଭମ ରଞ୍ଜନେ ଭଲ ବ୍ୟାଟିଂ କରିଥିଲେ । ତେବେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ବିଶ୍ବକପ୍‌ ମୁକାବିଲାର ମୁଖ୍ୟ ନାୟକ ତଥା ଅଧିନାୟକ ମୋନାକ ପଟେଲ (୩) ବିଫଳ ହେବା ଦଳ ପରାଜୟର କାରଣ ହୋଇଥିଲା । ପାକିସ୍ତାନର ଅଣପାରମ୍ପରିକ ତଥା ବିବାଦୀୟ‌ ବୋଲିଂ ଶୈଳୀ-ବିଶିଷ୍ଟ ସ୍ପିନର୍‌ ଉସ୍‌ମାନ ତାରିକ୍‌ଙ୍କ ବୋଲିଂକୁ ସମ୍ମୁଖୀନ ହେବା ବି ଆମେରିକା ବ୍ୟାଟର୍‌ଙ୍କ ପାଇଁ କାଠିକର ପାଠ ହୋଇଥିଲା । ଶେଷରେ ଆମେରିକା ୮ ୱିକେଟ୍‌ ହରାଇ ୧୫୮ ରନ୍‌ରେ ଅଟକି ଯାଇଥିଲା ।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୨୦ ଓଭରରେ-୧୯୦/୯ ( ସାହିବଜାଦା ଫରହାନ ୭୩, ବାବର ଆଜମ ୪୬,  ସଦାବ ଖାନ ୩୦, ସାଡ୍‌ଲି ଭାନ୍‌ ସ୍କଲ୍‌କୱିକ୍‌ ୪/୨୫, ମହମ୍ମଦ ମୋହସିନ ୧/୨୭) । ଆମେରିକା ୨୦ ଓଭରରେ-୧୫୮/୮ (ଶୁଭମ ରଞ୍ଜନେ ୫୧, ସାହାନ ଜାହାଙ୍ଗୀର ୪୯, ମିଲିନ୍ଦ କୁମାର ୨୯, ଉସ୍‌ମାନ ତାରିକ୍‌ ୩/୨୯, ସଦାବ ଖାନ୍‌ ୨/୨୬, ମହମ୍ମଦ ନୱାଜ ୧/୨୧) । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe