କନକ ବ୍ୟୁରୋ: ବିଶ୍ବସ୍ତରରେ ପାକିସ୍ତାନର ଦୟନୀୟ ସ୍ଥିତିକୁ ନେଇ ଚର୍ଚ୍ଚା ଥମୁନଥିବାବେଳ ପୁଣି ପାକ୍ କୁ ନେଇ ଏକ ରୋଚକ ରିପୋର୍ଟ ସାମନାକୁ ଆସିଛି । ଭିକ ମାଗିବାରେ ବି ପାକିସ୍ତାନ ବିଶ୍ବ ରେକର୍ଡ କରିଛି । କାରଣ ପାକିସ୍ତାନରେ ଭିକ୍ଷାବୃତ୍ତି ଏବେ କେବଳ ଏକ ଆବଶ୍ୟକତା ନୁହେଁ ବରଂ ଏକ ବ୍ୟବସାୟ ପାଲଟିଛି । ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଭିକାରିଙ୍କ ସଂଖ୍ୟା ଏତେ ଟପିଲାଣି ଯେ ଯାହା କେବଳ ପାକିସ୍ତାନର ଆର୍ଥିକ ଦୁର୍ଦ୍ଦଶା ନୁହେଁ ବରଂ ଏହାର ଅନ୍ତର୍ଜାତୀୟ ଦିଗକୁ ମଧ୍ୟ ପ୍ରତିଫଳିତ କରୁଛି । ଭିକ ମାଗି ମାଗି ପାକ୍ ୪୨ ଶହ କୋଟି ଡଲାର ଅର୍ଥାତ୍ ପାଖାପାଖି ୩.୭୨ ଲକ୍ଷ କୋଟି ଟଙ୍କା ପାଇଛି । ବଡ଼କଥା ହେଉଛି ଭିକ୍ଷାବୃତ୍ତି ପାକିସ୍ତାନ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । କାରଣ ବଢ଼ୁଥିବା ଭିକାରିଙ୍କ ସଂଖ୍ୟା ଦେଶରେ ଦାରିଦ୍ର୍ୟ ଏବଂ ବେକାରୀକୁ ଲୋକ ଲୋଚନକୁ ଆଣିଛି ।
୨୩ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଭିକାରିଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପ୍ରାୟ ୩ କୋଟି ୮୦ ଲକ୍ଷ ଭିକାରି ଅଛନ୍ତି । ଏହାର ଅର୍ଥ ହେଉଛି ଦେଶର ପ୍ରତି ୬ରୁ ୭ ଜଣ ଲୋକ ଭିକ ମାଗୁଛନ୍ତି । ଏହି ସଂଖ୍ୟା କେବଳ ଦେଶର ଦାରିଦ୍ର୍ୟର କାହାଣୀ କହୁନାହିଁ, ବରଂ ଭିକ୍ଷାବୃତ୍ତି ପଛରେ ଏକ ବଡ଼ ନେଟୱାର୍କ କାର୍ଯ୍ୟ କରୁଛି ବୋଲି ମଧ୍ୟ ସୂଚିତ କରୁଛି ।
ଆହୁରି ପଢ଼ନ୍ତୁ : କଂଗ୍ରେସରେ ତେଜିଲା ବିଭୀଷଣ ମନ୍ତବ୍ୟ କଳି; ନିଜ ବୟାନକୁ ନେଇ ପୁଣି ମୁହଁ ଖୋଲିଲେ ଭକ୍ତ ଦାସ
ବଡ଼କଥା ହେଉଛି ପାକିସ୍ତାନୀ ଭିକାରିମାନେ ଆଉ କେବଳ ନିଜ ଦେଶରେ ସୀମିତ ନାହାନ୍ତି । ସେମାନେ ସାରା ବିଶ୍ୱରେ ବୁଲି ବୁଲି ଭିକ ମାଗୁଛନ୍ତି । ପାକିସ୍ତାନ ଏବେ ବିଶ୍ୱକୁ ଭିକାରିଙ୍କ ଏକ ପ୍ରମୁଖ ଯୋଗାଣକାରୀ ଦେଶ ପାଲଟିଛି କହିଲେ କିଛି ଭୁଲ ହେବନି । ସାଉଦି ଆରବ ଏବଂ ୟୁଏଇ ଭଳି ଧନୀ ଉପସାଗରୀୟ ଦେଶ ଗୁଡ଼ିକରେ ୯୦ ପ୍ରତିଶତରୁ ଅଧିକ ଭିକାରି ପାକିସ୍ତାନୀ ନାଗରିକ ବୋଲି ଜଣା ପଡ଼ିଛି । ଗୋଟିଏ ଦିନରେ ଜଣେ ସାଧାରଣ ଶ୍ରମିକଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ପାକିସ୍ତାନ ଭିକାରି । ତେବେ ପାକିସ୍ତାନରେ ଜଣେ ଭିକାରିଙ୍କ ହାରାହାରି ରୋଜଗାର ପ୍ରତିଦିନ ୮୫୦ ଟଙ୍କା ରହିଛି । ବିଶେଷକରି କରାଚି ଓ ଲାହୋରରେ ସର୍ବାଧିକ ଭିକାରି ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/23/pak-beggers-2025-11-23-16-06-26.jpg)