ଆଇସିସିର ଚରମ ଚେତାବନୀ ପରେ ଭାରତ ସହ ଖେଳିବାକୁ ରାଜି ପାକିସ୍ତାନ

Advertisment

ଟି-୨୦ ବିଶ୍ବକପ୍‌ରେ ଆସନ୍ତା ୧୫ ତାରିଖରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି ।

ଟି-୨୦ ବିଶ୍ବକପ୍‌ରେ ଆସନ୍ତା ୧୫ ତାରିଖରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି ।

India

କନକ ବ୍ୟୁରୋ : ବିଶ୍ବକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ । ଟି-୨୦ ବିଶ୍ବକପ୍‌ରେ ଆସନ୍ତା ୧୫ ତାରିଖରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଇସିସି ସହିତ ପିସିବିର ଆଲୋଚନା ବେଳେ ପାକିସ୍ତାନ ଭାରତ ସହିତ ଖେଳିବାକୁ ରାଜି ଥିବା ଜଣାଇଛି । ତେବେ ଆଇସିସି ଏବଂ ପିସିବିର ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ, ଭାରତ ସହ ଖେଳିବାକୁ ପାକିସ୍ତାନ ୩ଟି ସର୍ତ୍ତ ରଖିଥିଲା ।

କିନ୍ତୁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ ବା ଆଇସିସି ସମସ୍ତ ସତ୍ତର୍କୁ ପ୍ରତ୍ୟାଖ୍ୟାନ କରିଛି । ପିସିବିକୁ ଚରମ ଚେତାବନୀ ଦେଇଛି ଆଇସିସି । ଯଦି ପାକିସ୍ତାନ ଧାର୍ଯ୍ୟ ସମୟରେ ନିଷ୍ପତ୍ତି ନନିଏ, ତେବେ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇପାରେ । ସେପଟେ ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ମନା କରୁଥିବା ବାଂଲାଦେଶର ଦାବିକୁ ମଧ୍ୟ ଆଇସିସି ଅଗ୍ରାହ୍ୟ କରିଛି । ତେଣୁ ୧୫ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟି-୨୦ ମ୍ୟାଚ ହେବା ଏକପ୍ରକାର ନିଶ୍ଚିତ । ବିଧିବଦ୍ଧ ଘୋଷଣା ବାକି । 

ଅଧିକ ପଢନ୍ତୁ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳିବେ ତିଳକ

ବିଶ୍ବକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ
୧୫ ତାରିଖରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ
ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା
ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି 
ଆଇସିସି ଏବଂ ପିସିବିର ଔପଚାରିକ ଘୋଷଣାକୁ ଅପେକ୍ଷା
ପିସିବିର ସମସ୍ତ ସତ୍ତର୍କୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି
ପିସିବିକୁ ଚରମ ଚେତାବନୀ ଦେଇଛି ଆଇସିସି
ପାକିସ୍ତାନ ଧାର୍ଯ୍ୟ ସମୟରେ ନିଷ୍ପତ୍ତି ନନେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରେ
ଟି-୨୦ ବିଶ୍ବକପରେ ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କରୁଛି ପାକିସ୍ତାନ
କିନ୍ତୁ ଭାରତ ବିପକ୍ଷରେ ସିରିଜ ଖେଳିବାକୁ ଦାବି କରୁଛି ପିସିବି
ଆଇସିସି ପାଖରେ ପାକିସ୍ତାନ ରଖିଥିଲା ୩ଟି ପ୍ରମୁଖ ଦାବି 
ଦାବି-୧- ବାଂଲାଦେଶ ଉପରେ କୌଣସି ଆର୍ଥିକ ଦଣ୍ଡ ନ ଲଗାଇବା
ଦାବି-୨- ବାଂଲାଦେଶ ପାଇଁ ଅତିରିକ୍ତ ଆଇସିସି ଇଭେଣ୍ଟ୍  
ଦାବି ୩- ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe