କନକ ବ୍ୟୁରୋ: ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମରେ ଯେଉଁଭଳି ଭାବେ ଆତଙ୍କୀ ଆକ୍ରମଣ ହେଲା ଆଉ ପରେ ପରେ ଭାରତ ଯେଉଁଭଳି ଢଙ୍ଗରେ ଏହାର ଜବାବ ଦେଲା, ତାହା ପାକିସ୍ତାନ ସହ ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା । ପହଲଗାମ ଆକ୍ରମଣରେ ୨୬ ଜଣ ନୀରିହ ଭାରତୀୟ ନାଗରିକ ଆଖି ବୁଜିବା ପରେ ମେ ମାସରେ ଭାରତ ପକ୍ଷରୁ କରାଯାଇଥିଲା ଅପରେସନ୍ ସିନ୍ଦୂର । ଯେଉଁଥିରେ କି ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ଆଉ ଏବେ ଏହି ଘଟଣାକୁ ନେଇ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।
ଶନିବାର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ପାକିସ୍ତାନର ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି ଯେ, ଭାରତର କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନର ଶୀର୍ଷ ନେତୃତ୍ୱ ମଧ୍ୟରେ ଭୟର ବାତାବରଣ ଥିଲା। ଭାରତର ଆକ୍ରମଣ ସମୟରେ ତାଙ୍କ ସାମରିକ ସଚିବ ସୁରକ୍ଷା ପାଇଁ ତାଙ୍କୁ ଏକ ବଙ୍କରକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଯାହାର ଖୁଲାସା ସେ ନିଜେ କରିଛନ୍ତି । ପାକିସ୍ତାନ ରାଷ୍ଟ୍ରପତିଙ୍କ କହିବା ମୁତାବକ, ତାଙ୍କ ସାମରିକ ସଚିବ ତାଙ୍କ ପାଖକୁ ଆସି କହିଥିଲେ ଯେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମକୁ ବଙ୍କର ଭିତରକୁ ଚାଲିଯିବା ଉଚିତ । ହେଲେ ସେତେବେଳେ କିନ୍ତୁ ସେ ବଙ୍କରକୁ ଯିବାକୁ ମନା କରିଦେଇଥିଲେ ବୋଲି ପାକିସ୍ତାନର ରାଷ୍ଟ୍ରପତି ନିଜେ କହିଛନ୍ତି ।
ଆହୁରି ପଢ଼ନ୍ତୁ : ଘୋଷଣା ହେଲା BCJD ଆଉ BYJDର ରାଜ୍ୟସ୍ତରୀୟ କମିଟି; ଜାଣନ୍ତୁ, ଲିଷ୍ଟରେ ରହିଲେ କିଏ କିଏ?
ସୂଚନାଯୋଗ୍ୟ ଯେ, ମେ ୭ ତାରିଖରେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ପାକିସ୍ତାନର ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ଭାରତୀୟ ସେନା । ଖାସ୍ କରି ସେହି ସମୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । ତେବେ ଭାରତର କାର୍ଯ୍ୟାନୁଷ୍ଠାନ ପରେ, ଭାରତ-ପାକ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଇଲା। ଏହା ପରେ ପରେ ପାକିସ୍ତାନ ସୀମା ଉପରେ ଗୁଳିମାଡ଼କୁ ତୀବ୍ର କରିଥିଲା, ଯାହାର କି କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ତେବେ ପରିସ୍ଥିତି ଶେଷରେ ଏତେ ବିଗିଡ଼ିଗଲା ଯେ ପାକିସ୍ତାନ ନିଜେ ଯୁଦ୍ଧବିରତି ଆରମ୍ଭ କରିବାକୁ ବାଧ୍ୟ ହେଲା। ପାକିସ୍ତାନର DGMO ଭାରତର DGMOଙ୍କ ସହିତ ଯୋଗାଯୋଗ କରି ଯୁଦ୍ଧବିରତି ପ୍ରସ୍ତାବ ଦେଇଥିଲେ, ଯାହାକୁ ଭାରତ ଗ୍ରହଣ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/28/pak-president-2025-12-28-14-42-14.jpg)