କନକ ବ୍ୟୁରୋ: ପହଲଗାମ୍‌ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ଆତଙ୍କୀଙ୍କର ପାକିସ୍ତାନ ସହ ସମ୍ପର୍କ ଥିଲା ଏହା ତ ସ୍ପଷ୍ଟ । ହେଲେ ସେମାନେ ଆକ୍ରମଣ ବେଳେ ଯେଉଁ ଫୋନ୍‌ ବ୍ୟବହାର କରିଥିଲେ ତାହା ଚାଇନାର ଥିଲା ବୋଲି ଜଣାପଡ଼ିଛି । ଖାଲି ଏତିକି ନୁହେଁ ବରଂ ଭାରତ ବିରୋଧରେ ଚାଇନାର ଷଡ଼ଯନ୍ତ୍ର ସ୍ପଷ୍ଟ ହୋଇଛି । ପୂର୍ବରୁ ବି ଅନେକ ସମୟରେ ଚୀନ ପାକିସ୍ତାନକୁ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଛି । ହେଲେ ଆତଙ୍କୀ ଯେଉଁପରି ଭାବରେ ନରସଂହାର କଲେ ପୂରା ବିଶ୍ବ ତାକୁ ନିନ୍ଦା କରୁଛି । ଏବେ ଚୀନର ସଂପୃକ୍ତି ଥିବା ଜଣାପଡ଼ିବା ପରେ ଜିନପିଙ୍ଗ କେମିତି ପରଦା ପଛରେ ରହି ଖେଳ କରୁଛନ୍ତି ତାହା ବି ଜଣାପଡ଼ିଯାଇଛି । 

Advertisment

ପହଲଗାମ୍‌ ଆତଙ୍କୀ ହମଲା
ଆତଙ୍କୀ ବ୍ୟବହାର କରିଥିଲା ଚାଇନା ଫୋନ୍‌ !
ଭାରତ ବିରୋଧରେ ପାକିସ୍ତାନ-ଚୀନର ବଡ଼ ଷଡ଼ଯନ୍ତ୍ର
ଚୀନ କରୁଛି ଷଡ଼ଯନ୍ତ୍ର
ପାକିସ୍ତାନକୁ କରିଛି ହାତବାରିସି

ଚୀନ ଭାରତକୁ ସହିପାରୁନି । ଏ କଥା ଆମେ ଏଇଥିପାଇଁ କହୁଛୁ,କାରଣ ପହଲଗାମ୍‌ ଆକ୍ରମଣ ସମୟରେ ଆତଙ୍କୀମାନେ ଯେଉଁ ଫୋନ୍‌ ବାରମ୍ବାର ବ୍ୟବହାର କରିଥିଲେ ସେହି ଫୋନ୍‌ରେ ଚୀନର ଟେକ୍ନୋଲୋଜି ବ୍ୟବହାର କରାଯାଇଛି ବୋଲି ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କୀ ଯେମିତି ଧରାପଡ଼ିବେ ନାହିଁ ସେଇଥି ପାଇଁ ପୂରା ମାଷ୍ଟର ପ୍ଲାନ୍‌ କରିଥିଲେ । ସେଇଥି ଲାଗି ତ ଚୀନର ଫୋନ୍‌ ବ୍ୟବହାର କରିଥିଲେ । ହୁଏତ ସେମାନେ ଭାବିଥିବେ ପାକିସ୍ତାନକୁ ସନ୍ଦେହ କରିବ ଭାରତ, ଚୀନ ପ୍ରତି ଦୃଷ୍ଟି ଦେବନି । ହେଲେ ଭାରତ ଅନୁସନ୍ଧାନ କରିବା ପରେ ସବୁ ସତ ଜାଣିପାରିଥିଲା ।

କେମିତି ଚୀନ ଆପ୍‌ ବ୍ୟବହାର କଲେ ଆତଙ୍କୀ ?
ଚୀନ ଜାଣିଥିଲା ଆକ୍ରମଣ ହେବ ?

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଚୀନ ଆପ୍‌ ଓ ଚୀନ ସାଟେଲାଇଟ୍‌ ଆତଙ୍କୀମାନେ ବ୍ୟବହାର କରିଥିଲେ । ଏହା ବି କୁହାଯାଉଛି କି, ପାକିସ୍ତାନ ଚୀନଠୁ ଜ୍ଞାନକୌଶଳ ଆଣି ଆତଙ୍କୀଙ୍କୁ ଦେଇଛି । ଯେଉଁଥି ଲାଗି ଆତଙ୍କୀମାନେ ବେଶ୍‌ ପ୍ଲାନ୍‌ର ସହ ଭାରତରେ ପ୍ରବେଶ କରିବା ସହିତ ନରସଂହାର ରଚିଥିଲେ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାସ ହେଉଛି । ଗୋଟିଏ ପଟେ ପାକିସ୍ତାନ କହୁଛି ଆମେ ଏ ଘଟଣାରେ ଦାୟୀ ନୁହେଁ  । ତେବେ ପ୍ରଶ୍ନ ଯଦି ସେମାନେ ଏହି ଘଟଣାରେ ଦାୟୀ ନୁହନ୍ତି ତେବେ ଆତଙ୍କୀଙ୍କ ପାଖକୁ ଏତେ ଟେକ୍ନୋଲୋଜି ଆସିଲା କେମିତି । 

କାଙ୍ଗାଳ ହେଲାଣି ପାକିସ୍ତାନ
ହେଲେ ବୁଦ୍ଧି ପଶୁନି

କାଶ୍ମୀର ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସବୁ ପ୍ରକାର ଚୁକ୍ତିକୁ ରଦ୍ଦ କରିବାରେ ଲାଗିଛି । ହେଲେ ପାକିସ୍ତାନ ସୁଧୁରିବା ପରିବର୍ତ୍ତେ ନାଲିଆଖି ଦେଖାଉଛି । ଏହାରି ଭିତରେ ଭାରତ ଡିଜିଟାଲ ଷ୍ଟ୍ରାଇକ୍‌ ବି କରିସାରିଲାଣି । କିନ୍ତୁ ପାକିସ୍ତାନ ଏଯାଏଁ ସତ ମାନିବାକୁ ପ୍ରସ୍ତୁତ ହେଉନି । ତେବେ ଆଗାମୀ ଦିନରେ ଚୀନ ଏନେଇ କଣ କହୁଛି ତାହା ଉପରେ ପୂରା ବିଶ୍ବର ନଜର ରହିଛି ।