pahalgam Photograph: (kanak news)
କନକ ବ୍ୟୁରୋ: ପହଲଗାମ ଆକ୍ରମଣ ନେଇ ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ। ଚାଞ୍ଚଲ୍ୟକର ଖୁଲାସା କରିଛି ପହଲଗାମ୍ ଆକ୍ରମଣ ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ। କସୁରୀ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛି, ପାକିସ୍ତାନ ସେନା ତାକୁ ନିୟମିତ ଭାବେ ସାମରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପଠାଉଛି। କେବଳ ସେତିକି ନୁହେଁ, ପାକିସ୍ତାନୀ ସୈନିକମାନଙ୍କ ଜନାଜାରେ ବା ଶବ ଶୋଭାଯାତ୍ରାରେ ପ୍ରାର୍ଥନା କରିବାକୁ ମଧ୍ୟ ତାକୁ ଡାକୁଛନ୍ତି।
ଆହୁରି ପଢ଼ନ୍ତୁ : ରାଜ୍ୟରେ ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି : ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଲା ପାରଦ
ତେବେ ଏହି ସ୍ୱୀକାରୋକ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ସେହି ଦାବିକୁ ମିଛ ପ୍ରମାଣିତ କରିଛି, ଯେଉଁଥିରେ ସେ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଥାନ୍ତି। ଭାରତର 'ଅପରେସନ୍ ସିନ୍ଦୂର' ପରେ ପାକିସ୍ତାନ ଭୟଭୀତ ଥିବାବେଳେ, କସୁରୀର ଏହି ବୟାନ ପାକିସ୍ତାନ ସେନା ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପଦାରେ ପକାଇ ଦେଇଛି। ବିଶ୍ୱ ଦରବାରରେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼ୁଥିବା କହୁଥିଲେ ବି ବାସ୍ତବରେ ସେନା ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛି।
Follow Us