କନକବ୍ୟୁରୋ : ଜାଡ଼ ମାଡ଼ରୁ ସାମାନ୍ୟ ଆଶ୍ବସ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ପାରଦ, କମିଲା ଥଣ୍ଡା । ମେଘାଚ୍ଛନ୍ନ ଆକାଶ ପାଇଁ ବଢିଛି ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଛି ପାରଦ । ଫଳରେ ଲୋକେ ଥଣ୍ଡାରୁ ତ୍ରାହି ପାଇଛନ୍ତି । ଗତ କିଛି ଦିନ ହେବ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ । ସେପଟେ ସାରା ଓଡ଼ିଶାରେ ଥଣ୍ଡା କମିଛି । ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି l
ରାଉରକେଲାରେ ବିମାନ ଦୁର୍ଘଟଣା ମାମଲା ; ଆଜି ପହଁଚିବେ ତଦନ୍ତକାରୀ ଟିମ୍
ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳିଆ ବାସିନ୍ଦା ଆଉ ମସ୍ୟଜୀବୀଙ୍କୁ ଶୀତ ପୁରା କଲବଲ କରିସାରିଲେଣି l ମସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇ ପାରୁନାହାନ୍ତି। ସମୁଦ୍ର ଭିତରେ ପ୍ରବଳ ଶୀତ ଜାରି ରହିଛି l ଏଥିସହ ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ଦିନ ବହୁତ ଥଣ୍ଡା ଦିନ ଥିଲା ଏବଂ ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିବା ଦେଖାଯାଇଥିଲା । ଗତ କିଛି ଦିନ ଧରି କାଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ତଳେ ରହିଛି ଏବଂ ଦିଲ୍ଲୀ ଏହି ଶୀତ ଋତୁର ସବୁଠାରୁ ଥଣ୍ଡା ସକାଳ ରେକର୍ଡ କରିଛି । ପଞ୍ଜାବର ହୋସିଆରପୁରରେ ସର୍ବନିମ୍ନ ତାପମାତ୍ରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍ ଥିଲା । ଏହି ଋତୁରେ ସର୍ବନିମ୍ନ ତାପମାତ୍ରା ଏତେ ହ୍ରାସ ପାଇବା ଏହା ପ୍ରଥମ ଥର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/11/winter-2026-01-11-08-35-47.jpg)