ind Photograph: (Kanak news)
କନକ ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ୍ରେ ଉଭୟ ପୁରୁଷ ଓ ମହିଳାରେ ଏସୀୟ-ଓସେନିଆ ଦୃଷ୍ଟିବାଧିତ ଫୁଟ୍ବଲ୍ ପ୍ରତିଯୋଗିତା ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଦଳର ଦିଲ୍ଲୀରେ ଚଳିତ ମାସ ୧୧ରୁ ୧୩ ଏବଂ ପୁରୁଷ ଦଳର କୋଚିରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ହେବ। ଏହି ଶିବିରରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ମହିଳାରେ ପଦ୍ମିନୀ ଟୁଡ଼ୁ ଓ ସୁମିତ୍ରା ସିଂହ ରହିଥିଲା ବେଳେ ପୁରୁଷ ଆକାଶ ପଡ଼ିଆମି ରହିଛନ୍ତି।
ଆହୁରି ପଢ଼ନ୍ତୁ...ଜାତୀୟ ଦୃଷ୍ଟିବାଧିତ ଫୁଟ୍ବଲ୍ ଶିବିରରେ ପଦ୍ମିନୀ, ସୁମିତ୍ରା, ଆକାଶ
ଏହି ଶିବିରରୁ ଚୂଡ଼ାନ୍ତ ଭାରତୀୟ ଦଳ ଚୟନ କରାଯିବ। ଗତ ଡିସେମ୍ବରରେ ଉତ୍ତରାଖଣ୍ଡଠାରେ ହୋଇଥିବା ଜାତୀୟ ଦୃଷ୍ଟିବାଧିତ ଫୁଟ୍ବଲ୍ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବାରୁ ଏମାନେ ଭାରତୀୟ ଶିବିରରେ ସ୍ଥାନ ପାଇଛନ୍ତି। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ‘ବୁଲ୍ସଆଇ’ ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଅଭିନନ୍ଦନ ଜଣାଇବା ସଫଳତା କାମନା କରିଛନ୍ତି।
Follow Us