ରାଜ୍ୟରେ ସ୍ୱାଭାବିକ ହେଉନି ଧାନ ବିକ୍ରି, ମନଇଚ୍ଛା ଚାଲିଛି କଟନିଛଟନି, ତାଲିକା ମାଗିଲା ବିଜେଡି

Advertisment

ଏବେ ବି ମଣ୍ଡିରେ ଚାଲିଛି ମିଲରଙ୍କ ରାଜୁତି। ବିଭିନ୍ନ ଆଳ ଦେଖାଇ ମଣ୍ଡିରେ କଟାଯାଉଛି ଧାନ। ଧାନର ମାନକୁ ନିମ୍ନମାନର କହି କ୍ବିଣ୍ଟାଲ ପିଛା ୭ରୁ ୧୦ କେଜି କଟନୀଛଟନୀ କରାଯାଉଥିବା ଅଭିଯୋଗ ହୋଇଛି। ସମବାୟ ସମ୍ପାଦକଙ୍କୁ ଚାଷୀ ଅଟକାଇବା ପରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି। ନୂଆପଡ଼ାରେ ବି ଟୋକନ୍‌ ମିଳିନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। 

ଏବେ ବି ମଣ୍ଡିରେ ଚାଲିଛି ମିଲରଙ୍କ ରାଜୁତି। ବିଭିନ୍ନ ଆଳ ଦେଖାଇ ମଣ୍ଡିରେ କଟାଯାଉଛି ଧାନ। ଧାନର ମାନକୁ ନିମ୍ନମାନର କହି କ୍ବିଣ୍ଟାଲ ପିଛା ୭ରୁ ୧୦ କେଜି କଟନୀଛଟନୀ କରାଯାଉଥିବା ଅଭିଯୋଗ ହୋଇଛି। ସମବାୟ ସମ୍ପାଦକଙ୍କୁ ଚାଷୀ ଅଟକାଇବା ପରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି। ନୂଆପଡ଼ାରେ ବି ଟୋକନ୍‌ ମିଳିନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। 

27c

କନକ ବ୍ୟୁରୋ : ରାଜ୍ୟରେ ସ୍ବାଭାବିକ ହୋଇପାରୁନି ଧାନ ବିକ୍ରି। ଟୋକନ ଲାପ୍ସ ହୋଇଥିବାରୁ ମଣ୍ଡିରୁ ଉଠୁନି ଧାନ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସରକାରଙ୍କୁ ବଦନାମ କରିବାକୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନକଲି ଚାଷୀ। ଆଉ ଏହାର ଜବାବ ରଖିଛି ବିଜେଡି। ରାଜ୍ୟର ବିଭିନ୍ନ ମଣ୍ଡିରେ ପ୍ରାୟ ସମାନ ସ୍ଥିତି। ଏବେ ବି ମଣ୍ଡିରେ ଚାଲିଛି ମିଲରଙ୍କ ରାଜୁତି। ବିଭିନ୍ନ ଆଳ ଦେଖାଇ ମଣ୍ଡିରେ କଟାଯାଉଛି ଧାନ। ଧାନର ମାନକୁ ନିମ୍ନମାନର କହି କ୍ବିଣ୍ଟାଲ ପିଛା ୭ରୁ ୧୦ କେଜି କଟନୀଛଟନୀ କରାଯାଉଥିବା ଅଭିଯୋଗ ହୋଇଛି। ସମବାୟ ସମ୍ପାଦକଙ୍କୁ ଚାଷୀ ଅଟକାଇବା ପରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି। ନୂଆପଡ଼ାରେ ବି ଟୋକନ୍‌ ମିଳିନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ :ଟୋକନ ବିଭ୍ରାଟରେ ଚାଷୀ ଅସନ୍ତୋଷ : କିଛି ଚାଷୀଙ୍କୁ ମିଳିନି ଟୋକନ, ମଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନ କିଣା

ରାଜ୍ୟରେ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ରଖିଛନ୍ତି ଅଜବ ଯୁକ୍ତି। କହିଛନ୍ତି, ରାଜ୍ୟରେ ସଠିକ୍ ଭାବେ ଚାଲିଛି ଧାନକିଣା ପ୍ରକ୍ରିୟା। ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି। ସରକାରଙ୍କୁ ବଦନାମ କରିବାକୁ ଏପରି କରାଯାଉଛି। ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନକିଣା ପ୍ରକ୍ରିୟା ଟିକେ ଧିରେ ହେଉଛି। ଟୋକନ୍‌ ଅବଧି ଆଉ ୧୫ ଦିନ ବଢ଼ାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପ୍ରକୃତ ଚାଷୀ କିଏ ଓ ଫେକ୍ ଚାଷୀ କିଏ, ତାର ତାଲିକା ଜାରି କରିବାକୁ ଦାବି କରିଛି ବିଜେଡି। ଏଠାରେ ପ୍ରଶ୍ନ ଉଠୁଛି। କାହିଁକି ବ୍ୟବସ୍ଥିତ ହୋଇପାରୁନି ମଣ୍ଡି ବ୍ୟବସ୍ଥା? ଚାଷୀଙ୍କ ସମସ୍ୟାକୁ କାହିଁକି କରାଯାଉଛି ଅଣଦେଖା? କଟନି ଛଟନି ପାଇଁ କିଏ ଦେଇଛି ଅନୁମତି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe