ବଙ୍ଗୋପସାଗରରେ ସୃଷ୍ଟିହେଲା ଅବପାତ ; ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେଲା ଅବପାତର ରୂପ । ଆସନ୍ତାକାଲି ହୋଇପାରେ ଗଭୀର ଅବପାତ । ଆହୁରି ଘନୀଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

Cyclone update

Cyclone update Photograph: (Kanak news)

କନକ ବ୍ୟୁରୋ :  ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା । ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେଲା ଅବପାତର ରୂପ । ଆସନ୍ତାକାଲି ହୋଇପାରେ ଗଭୀର ଅବପାତ । ଆହୁରି ଘନୀଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯିବ ବାତ୍ୟା । ୨୮ ତାରିଖରେ ହୋଇପାରେ ଭୀଷଣ ବାତ୍ୟା । ଏହାସହ ପବନର ବେଗ ମଧ୍ୟ ବଢ଼ିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ୧୦୦ କିଲୋମିଟର ବେଗରେ ବହିପାରେ ପବନ । ତେବେ କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ଼ ହେବ, ଆଜି ସ୍ପଷ୍ଟ କରିବ ଆଇଏମଡି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । 

ଅଧିକ ପଢ଼ନ୍ତୁ..ଭଗବାନ ମୋତେ ରାଜନୀତିକୁ ପଠାଇଛନ୍ତି, ବିହାର ଭୋଟ୍ ପୂର୍ବରୁ ଚର୍ଚ୍ଚାରେ ଖେସାରିଙ୍କ ବୟାନ

ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଂଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe