ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ ବଖରାରେ ଚାଲିଛି ୧୮୯୮ ସ୍କୁଲ

Advertisment

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପୂର୍ବ ସରକାର ସମୟର ସ୍କୁଲ ରୂପାନ୍ତର ନାଁରେ ୩ହଜାରରୁ ଅଧିକ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥାପି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନି । ଆଜି ବି ରାଜ୍ୟର ଶହ ଶହ ସ୍କୁଲ ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ଚାଲୁଛି । ବିଧାନସଭାରେ ସତ ମାନିଛନ୍ତି ନିଜେ ଗଣଶିକ୍ଷାମନ୍ତ୍ରୀ । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପୂର୍ବ ସରକାର ସମୟର ସ୍କୁଲ ରୂପାନ୍ତର ନାଁରେ ୩ହଜାରରୁ ଅଧିକ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥାପି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନି । ଆଜି ବି ରାଜ୍ୟର ଶହ ଶହ ସ୍କୁଲ ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ଚାଲୁଛି । ବିଧାନସଭାରେ ସତ ମାନିଛନ୍ତି ନିଜେ ଗଣଶିକ୍ଷାମନ୍ତ୍ରୀ । 

Schol prob

କନକ ବ୍ୟୁରୋ; ଖୁନ୍ଦାଖୁନ୍ଦ ହୋଇ ଗୋଟିଏ ଗୃହରେ ପାଠ ପଢ଼ୁଛନ୍ତି ଏକାଧିକ ଶ୍ରେଣୀର ପିଲା  । ରାଜ୍ୟର ଶହ ଶହ ସ୍କୁଲର ଅବସ୍ଥା କହିଲେ ନସରେ । ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳର ଚିନ୍ତାଲଗୁଡ଼ା ସରକାରୀ ବିଦ୍ୟାଳୟ । ଏହି ସ୍କୁଲରେ ଶିଶୁବାଟିକାଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ପ୍ରାୟ ୯୦ ପିଲା ପାଠ ପଢ଼ୁଛନ୍ତି । ଶ୍ରେଣୀଗୃହ ଅଭାବରେ ଗୋଟିଏ ଘରେ ବସି ପାଠ ପଢ଼ୁଛନ୍ତି । ଯାହାଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।  

ଏହା ବି ପଢ଼ନ୍ତୁ: ୪ ଦଶନ୍ଧି ତଳର ସ୍ବପ୍ନରେ ଲାଗିଲା ଡେଣା, ବାସ୍ତବ ରୂପ ନେବ ହିଡ଼ିସିଂ ଜଳସେଚନ ପ୍ରକଳ୍ପ

ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆନନ୍ଦପୁର ଅଂଚଳର ସ୍ଥିତି ନକହିବା ଭଲ । ଚଣ୍ଡୀ ବିରଞ୍ଚିପୁର ସ୍କୁଲରେ ଶିଶୁ ବାଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ପିଲା ଗୋଟିଏ ବଖରାରେ ପାଠ ପଢ଼ୁଛନ୍ତି । ସେହି ରୁମରେ ଅଫିସ ଆଲମିରା, ଅଫିସ କାମ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବାଧା ଉପୁଜୁଛି ।
ପ୍ରଭାବଶାଳୀ ଜିଲ୍ଲା ଗଞ୍ଜାମର ଅବସ୍ଥା ସମାନ । ଧରାକୋଟ ବ୍ଲକର ଘାସିବାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖନ୍ତୁ । ଏଠି ବି ଗୋଟିଏ ଶ୍ରେଣୀରେ ପଢ଼ୁଛନ୍ତି ୬ଟି ଶ୍ରେଣୀର ଛାତ୍ରଛାତ୍ରୀ । ସେହି ବ୍ଲକର ଭାଲିଆ ଗୁଡା ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି । 

ଏହି ସ୍କୁଲ ନୁହେଁ ରାଜ୍ୟର ୧୮୯୮ ଟି ସ୍କୁଲ ଗୋଟିଏ ଶ୍ରେଣୀଗୃହରେ ଚାଲିଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩୪ ଓ ରାୟଗଡ଼ାର ୨୦୯ଟି ସ୍କୁଲର ଗୋଟିଏ ଗୃହ ରହିଛି । ଏନେଇ ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିବା ପରେ ସମାଲୋଚନା କରିଛନ୍ତି ବିରୋଧୀ । ବର୍ଷକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଏକାଧିକ ଶ୍ରେଣୀର ପିଲା ଗୋଟିଏ ଶ୍ରେରୀରେ ବସି ପାଠ ପଢ଼ିବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe